Latest Odisha News

BREAKING NEWS

Kartik Aaryan: ‘କ୍ୟାପ୍ଟେନ୍ କୁଲ୍’ ହେବେ କାର୍ତ୍ତିକ ଆରିୟନ! ସେୟାର କଲେ ମିଲିଟାରୀ ୟୁନିଫର୍ମରେ ଦମଦାର ଲୁକ୍…

ମୁମ୍ବାଇ: ବଲିଉଡ୍ ଅଭିନେତା କାର୍ତ୍ତିକ ଆରିୟନ ଏବେ ଏକ ନୂଆ ଓ ଭିନ୍ନ ଅବତାରରେ ଦର୍ଶକଙ୍କ ସାମ୍ନାକୁ ଆସିବାକୁ ଯାଉଛନ୍ତି। ତାଙ୍କ ଆଗାମୀ ଫିଲ୍ମ ‘କ୍ୟାପ୍ଟେନ୍ ଇଣ୍ଡିଆ’ର ଶୁଟିଂ ଆରମ୍ଭ ହୋଇଥିବା ସେ ନିଜେ ସୋସିଆଲ୍ ମିଡିଆରେ ଘୋଷଣା କରିଛନ୍ତି।

କାର୍ତ୍ତିକ ତାଙ୍କ ଫାର୍ଷ୍ଟ ଲୁକ୍ ମଧ୍ୟ ଶେୟାର କରିଛନ୍ତି। ଫଟୋରେ ସେ ମିଲିଟାରୀ ୟୁନିଫର୍ମରେ ଦମଦାର ଅନ୍ଦାଜରେ ନଜର ଆସୁଛନ୍ତି। ଏହି ନୂଆ ଲୁକ୍ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି। ଫଟୋ ସହ କାର୍ତ୍ତିକ ଲେଖିଛନ୍ତି,  ‘ମ୍ୟାଭେରିକ୍ ସହ ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତ।’ ଏଥିରୁ ଫିଲ୍ମରେ ତାଙ୍କ ଚରିତ୍ର ଓ କାହାଣୀକୁ ନେଇ ଦର୍ଶକଙ୍କ ଉତ୍ସୁକତା ଆହୁରି ବଢ଼ିଛି।

ଫାର୍ଷ୍ଟ ଲୁକ୍ ସହ ନିର୍ଦ୍ଦେଶକ ଶିମିତ ଅମିନଙ୍କ ଏକ ବିଶେଷ ବାର୍ତ୍ତା ମଧ୍ୟ କାର୍ତ୍ତିକ ଶେୟାର କରିଛନ୍ତି। ସୁଟିଂ ପୂର୍ବରୁ ଅମିନ୍ ପୂରା ଟିମ୍‌ର ପରିଶ୍ରମ, ସାହସ ଓ ଉତ୍ସାହକୁ ପ୍ରଶଂସା କରିବା ସହ ଟିମ୍‌କୁ ନେଇ ଗର୍ବିତ ଥିବା କହିଛନ୍ତି। ଭଲ ମାନର ଫିଲ୍ମ ତିଆରି କରିବାକୁ ପ୍ରତ୍ୟେକ ସଦସ୍ୟ ସମର୍ପିତ ବୋଲି ସେ ଉଲ୍ଲେଖ କରିଛନ୍ତି।

‘କ୍ୟାପ୍ଟେନ୍ ଇଣ୍ଡିଆ’ର ଶୁଟିଂ ଲଣ୍ଡନରେ ହେବ ଏବଂ ଅକ୍ଟୋବର ଶେଷ ସୁଦ୍ଧା ଏହାର ଶୁଟିଂ ଶେଷ କରିବାର ଯୋଜନା ରହିଛି। ଫିଲ୍ମର ପ୍ରଯୋଜନାରେ ଟି-ସିରିଜ୍, ବାୱେଜା ଷ୍ଟୁଡିଓଜ୍ ଓ ଡୋପାମାଇନ୍ ଷ୍ଟୁଡିଓଜ୍ ମିଳିତ ଭାବେ କାମ କରୁଛନ୍ତି। ଏସ୍‌ବି ଫିଲ୍ମସ୍ ପ୍ରଡକ୍ସନ୍ କାମର ଦାୟିତ୍ୱ ନେଇଛି। ନିର୍ଦ୍ଦେଶକ ଶିମିତ ଅମିନ୍ ପୂର୍ବରୁ ଲୋକପ୍ରିୟ ଫିଲ୍ମ ‘ଚକ୍ ଦେ ଇଣ୍ଡିଆ’ ପାଇଁ ବେଶ୍ ପରିଚିତ । ଏବେ ‘କ୍ୟାପ୍ଟେନ୍ ଇଣ୍ଡିଆ’ରେ ସେ ନୂଆ ଦୃଷ୍ଟିକୋଣ ନେଇ ଆସୁଛନ୍ତି।

ଏହା ବ୍ୟତୀତ କାର୍ତ୍ତିକଙ୍କ ଆଗାମୀ ପ୍ରୋଜେକ୍ଟ ମଧ୍ୟରେ କ୍ରିଏଚର୍-ଆକ୍ସନ୍ ଫିଲ୍ମ ‘ନାଗଜିଲା’ ଏବଂ ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ସହ ଏକ ଅନଟାଇଟଲ୍‌ଡ ରୋମାଣ୍ଟିକ୍ ପ୍ରୋଜେକ୍ଟ ମଧ୍ୟ ରହିଛି। ତେବେ ‘କ୍ୟାପ୍ଟେନ୍ ଇଣ୍ଡିଆ’ରେ କାର୍ତ୍ତିକଙ୍କ ଏହି ନୂଆ ଅବତାର ଦର୍ଶକଙ୍କ ମନ ଜିତିପାରିବ କି? ଏବେ ଅପେକ୍ଷା ଫିଲ୍ମର ରିଲିଜ୍‌କୁ!

Leave A Reply

Your email address will not be published.