Latest Odisha News

BREAKING NEWS

ମୁମ୍ବାଇରେ ବିଳାସପୂର୍ଣ୍ଣ ଘର କିଣିଲେ କାର୍ତ୍ତିିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆରୟନ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ରିଲିଜ୍ ହୋଇଥିବା କାର୍ତ୍ତିକ ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଅଭିନିତ ଫିଲ୍ମ ‘ସତ୍ୟପ୍ରେମ କି କଥା’ ଦର୍ଶକଙ୍କ ମନ କିଣିଛି । ଏବେ କାର୍ତ୍ତିକ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ଜୁହୁର ପ୍ରେସିଡେନ୍ସି କୋ-ଅପରେଟିଭ ହାଉସିଂ ସୋସାଇଟିରେ ଏହି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି । ଏହି ଆପାର୍ଟମେଣ୍ଟର ମୂଲ୍ୟ ୧୭.୫୦ କୋଟି ଟଙ୍କା । ଫ୍ଲାଟର କ୍ଷେତ୍ର ୧୯୧୬ ବର୍ଗଫୁଟ ରହିଛି । କାର୍ତ୍ତିିକଙ୍କ ମା’ ମାଳା ତିୱାରୀ ମଧ୍ୟ ସେହି ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ରହୁଛନ୍ତି ।

BjdElectrycity

କାର୍ତ୍ତିିକ ନୂଆ ଫିଲ୍ମ ‘ସତ୍ୟପ୍ରେମ କି କଥା’ର ସଫଳତାକୁ ନେଇ ଖୁବ୍ ଖୁସି ଅଛନ୍ତି । ଏହି ଫିଲ୍ମଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ । ଭୁଲ ଭଲେୟା ୨ ପରେ ଏହି ଫିଲ୍ମ୍ରରେ ମଧ୍ୟ ସେ କିଆରା ଆଡଭାନୀଙ୍କ ସହ ପରଦାରେ ରୋମାନ୍ସ କରୁଥିବା ନଜର ଆସିଛନ୍ତି । କାର୍ତ୍ତିକ ଓ କିଆରାଙ୍କ ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।

Leave A Reply

Your email address will not be published.