Latest Odisha News

ରାସ୍ତା ନଥିବାରୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ଛୁଆ ଜନ୍ମ କଲେ ପ୍ରସୂତି

ଗୁଣପୁର: ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି । ଅନ୍ୟପଟେ ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ବାଧ୍ୟ ହୋଇ ପରିବାର ଲୋକେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହାୟତାରେ ମହିଳାଙ୍କୁ ଭାରରେ ୪ କିଲୋମିଟର ବୋହି ନେଇଥିଲେ । ଆଉ ସେଠାରେ ଆମ୍ବୁଲାନ୍ସରେ ମେଡିକାଲ୍ ନେବା ବାଟରେ ଜନ୍ମ ହୋଇଥିଲା ଏକ ଶିଶୁ କନ୍ୟା ।

ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକ ମଧୁବନ ପଞ୍ଚାୟତର ଜିମାରାଓ ଗାଁରେ । ଜିମାରାଓ ଗାଁକୁ ଭଲ ରାସ୍ତା ନାହିଁ । ଫଳରେ ଆମ୍ବୁଲାନ୍ସ ଯାଇ ପାରି ନଥିଲା, ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ନିଜେ ପ୍ରସୂତିଙ୍କୁ ଭାର କରି ଆଣିଥିଲେ । ଡ୍ରାଇଭର ଡି. ସୁରେଶ ବାବୁଙ୍କୁ ଏଥିପାଇଁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

ଆଜି ଗାଁର ଅର୍ଜୁନ ଜାଗରଙ୍ଗାଙ୍କ ପତ୍ନୀ ସୁଭଦ୍ରାଙ୍କା ପ୍ରସବ ବେଦନା ହୋଇଥିଲା । ଏହା ପରେ ଆଶା ଦିଦି ୧୦୨ ଆମ୍ବୁଲାନ୍ସକୁ ଡାକିଥିଲେ । ସକାଳ ୬ଟାରେ ଆମ୍ବୁଲାନ୍ସ ଜିମାରାଓ ଗାଁ ଠାରୁ ୪କିମି ଦୂରରେ ଅଟକି ରହିଥିଲା । ପରେ ଆମ୍ବୁଲାନ୍ସ ଡ୍ରାଇଭର ଗାଁକୁ ଯାଇ ସମ୍ପର୍କୀୟଙ୍କ ସହ ମିଶି ଭାର କରି ଗର୍ଭବତୀଙ୍କୁ ୪ କିମି ବୋହି ଆଣିଥିଲେ । ଏବେ ନବଜାତ ଶିଶୁ ଓ ମାଆ ଉଭୟଙ୍କ ସ୍ୱାସ୍ଥାବସ୍ଥା ସ୍ଥି ରହିଛି । ଉଭୟ ଗୁଡ଼ାରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.