Latest Odisha News

BREAKING NEWS

ମାଗଣାରେ ବିମାନରେ ଯାତ୍ରା କଲେ ୪ କୋଟି କିମି: ପତ୍ନୀଙ୍କୁ ନେଲେ ୧୨୦ ଥର ହନିମୁନ୍‌ରେ

ନ୍ୟୁୟର୍କ: ବିମାନରେ ଯାତ୍ରା କରିବାକୁ ସମସ୍ତଙ୍କର ଇଛା ଥାଏ । ସେଥିଲାଗି ଟିକେଟ ବୁକିଂ କରିବା ସମୟରେ ୧୦୦ ଥର ଭାବନ୍ତି । କିନ୍ତୁ ଦୁନିଆରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ବିମାନରେ ୪ କୋଟି କିଲୋମିଟର ଯାତ୍ରା କରିଛନ୍ତି । ସେ ତାଙ୍କ ପତ୍ନୀଙ୍କୁ ୧୨୦ ରୁ ଅଧିକ ଥର ହନିମୁନ୍‌ରେ ନେଇଛନ୍ତି, ତାହା ପୁଣି ମାଗଣାରେ । ସେ ସାରା ଜୀବନ ଉଡ଼ାଣରେ ଯାତ୍ରା କରିବାକୁ ଚାହାଁନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆର କୌଣସି ବ୍ୟକ୍ତି ବିମାନରେ ଏତେ କିମି ଯାତ୍ରା କରିନାହାଁନ୍ତି । କିନ୍ତୁ ଏହା କିପରି ସମ୍ଭବ ହେଲା ଆସନ୍ତୁ ଜାଣିବା ।

ଆମେରିକାର ୬୯ ବର୍ଷିୟ ଟମ ଷ୍ଟକର ୧୯୯୦ ରେ ୟୁନାଇଟେଡ୍ ଏୟାରଲାଇନ୍ସ ପାସ୍ କିଣିଥିଲେ । ସେତେବେଳେ ଏହାର ମୂଲ୍ୟ ଥିଲା ୨୯୦ ହଜାର ଡଲାର ଅର୍ଥାତ୍ ଆଜିର ମୂଲ୍ୟ ଅନୁଯାୟୀ ପ୍ରାୟ ୨.୩୭ କୋଟି ଟଙ୍କା । ଏହା ଏକ ସୁବର୍ଣ୍ଣ ଟିକେଟ୍ ହୋଇଥିବାରୁ କମ୍ପାନୀ ନିଷ୍ପତ୍ତି ନେଇଥିଲା ଯେ, ଯିଏ ଏହି ପାସ୍ କିଣିଛି ସେ ଜୀବନ ସାରା ବିମାନରେ ଯେ କୌଣସି ସ୍ଥାନକୁ ଯାତ୍ରା କରିପାରିବେ । ଟମ୍ କିନ୍ତୁ ସିଲଭର ଟିକେଟ୍ ପାଇଥିଲେ । ସେ ତାଙ୍କର ପ୍ରିୟ ସିଟ୍ ୧ଈ ପାଇଲେ, ଯେଉଁଥିରେ ସେ ୨୩ ନିୟୁତ ମାଇଲ୍ ବିମାନ ଯାତ୍ରା ଉପଭୋଗ କରି ପାରିଛନ୍ତି ।

ଟମ ଯଦି ଚାହିଥାନ୍ତେ ଏହି ସିଟ୍ ବିକ୍ରି କରି ପାରିଥାନ୍ତେ । ଏଥିରୁ ବହୁ ପରିମାଣର ଟଙ୍କା ରୋଜଗାର କରିପାରିଥାନ୍ତେ । କିମ୍ବା ଏହାକୁ ନିଲାମ କରିପାରିଥାନ୍ତେ । କେବଳ ଏତିକି ନୁହେଁ, ଏୟାରଲାଇନ୍ସକୁ ବିଶ୍ୱର ବିଳାସପୂର୍ଣ୍ଣ ହୋଟେଲରେ ରହିବା, ଉଚ୍ଚସ୍ତରୀୟ ରେଷ୍ଟୁରାଣ୍ଟରେ ସ୍ୱତନ୍ତ୍ର ଖାଦ୍ୟ ଖାଇବା ଏବଂ ଭ୍ରମଣର ଖର୍ଚ୍ଚ ବହନ କରିବାକୁ ପଡ଼ିଲା । ସେବେଠାରୁ ଟମ୍ କ୍ରମାଗତ ଭାବରେ ଭ୍ରମଣ କରି ଆସୁଥିଲେ । ଥରେ, ସେ ନ୍ୟୁୟର୍କରୁ ସାନ ଫ୍ରାନ୍ସିସ୍କୋ ଅଭିମୁଖେ ଯାତ୍ରା କରିବା ପରେ କ୍ରମାଗତ ୧୨ ଦିନ ବ୍ୟାଙ୍କକକ୍‌ରୁ ଦୁବାଇ ଏବଂ ଦୁବାଇରୁ ବ୍ୟାଙ୍କକକ୍‌କୁ ଯାତ୍ରା କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ସାରା ବିଶ୍ୱ ଭ୍ରମଣ କରିସାରିଲେଣି ।

ଟମ୍ କହିଛନ୍ତି ଯେ, ମୁଁ ଏକ ସପ୍ତାହରୁ ଅଧିକ ସମୟ କୌଣସି ସ୍ଥାନରେ ରୁହେ ନାହିଁ । କାରଣ ମୋତେ ଲାଗେ ମୁଁ ଭୁଲ୍ କରୁଛି । ମୋତେ ବିମାନରେ ଯିବାକୁ ପଡିବ ଏବଂ ତା’ପରେ ମୁଁ ଚାଲିଯାଏ । ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ ରୁ ଅଧିକ ଦେଶ ଭ୍ରମଣ କରିସାରିଲିଣି । ପତ୍ନୀଙ୍କୁ ୧୨୦ ରୁ ଅଧିକ ଥର ହନିମୁନ୍‌ରେ ନେଇଛିି । ମୁଁ ୩୦୦ ରୁ ଅଧିକ ଥର କେବଳ ଅଷ୍ଟ୍ରେଲିଆ ଯାଇଛିି । ଏହି ଯାତ୍ରା ସମୟରେ ମୁଁ ଅନେକ ସେଲିବ୍ରିିଟିଙ୍କୁ ଭେଟିବାକୁ ସୁଯୋଗ ମଧ୍ୟ ପାଇଛି ।

Leave A Reply

Your email address will not be published.