Latest Odisha News

BREAKING NEWS

ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ସୀତା ହେବେ କୀର୍ତି ସୁରେଶ!

ନୂଆଦିଲ୍ଲୀ: ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏବଂ ପ୍ରଭାସଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ଆଦିପୁରୁଷରେ ସୀତାଙ୍କ ଭୂମିକାରେ ଅଭିନୟ କରିବେ ଅଭିନେତ୍ରୀ କୀର୍ତି ସୁରେଶ! ଏ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ସୀତା ଭୂମିକାରେ ଅଭିନୟ କରିବାକୁ ଆଦିପୁରୁଷର ନିର୍ମାତା କୀର୍ତି ସୁରେଶଙ୍କ ନିକଟକୁ ଯାଇଛନ୍ତି। ତେବେ ଆଦିପୁରୁଷରେ କୀର୍ତିଙ୍କ ସାମିଲ୍‌ ହେବା ବିଷୟରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ।

ନିର୍ଦ୍ଦେଶକ ଓମ ରାଉତଙ୍କ ଆଦିପୁରୁଷର ସୁଟିଂ ବର୍ତ୍ତମାନ ମୁମ୍ବାଇରେ ଅଭିନେତା ପ୍ରଭାସଙ୍କ ସହ ଚାଲିଛି। ନିର୍ଦ୍ଦେଶକ ଓମ ରାଉତ ଫିଲ୍ମର ସ୍କ୍ରିପ୍ଟକୁ ନେଇ ନିକଟରେ କୀର୍ତି ସୁରେଶଙ୍କୁ ଭେଟିଥିବା ଜଣାପଡିଛି।

Leave A Reply

Your email address will not be published.