Latest Odisha News

BREAKING NEWS

କେଜ୍ରିୱାଲଙ୍କ ପାଇଁ କେଜ୍ରିୱାଲ କୋ ଆଶୀର୍ବାଦ ଅଭିଯାନ ଆରମ୍ଭ କଲେ ସୁନୀତା

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଦିଲ୍ଲୀ ମୁଖ୍ୟମନ୍ତ୍ର ଅରବିନ୍ଦ କେଜ୍ରିୱାଲ ଏବେ ଇଡି ହେପାଜତରେ ଅଛନ୍ତି। ଏପ୍ରିଲ ୨ ପର୍ଯ୍ୟନ୍ତ କୋର୍ଟ ତାଙ୍କ ରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି । ଏହାରି ଭିତରେ ସିଏମ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ପୁଣି ଥରେ ଜନତାଙ୍କୁ ସମ୍ବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ କୋର୍ଟରେ କହିବା ପାଇଁ ବହୁତ ସାହସ ଦରକାର । ସୁନିତା କେଜ୍ରିୱାଲ ଏକ ‘କେଜ୍ରିୱାଲ କୋ ଆଶିର୍ବାଦ୍’ ଅଭିଯାନ ଆରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏକ ହ୍ଵାଟସଆପ୍ ନମ୍ବର(୮୨୯୭୩୨୪୬୨୪) ଜାରି କରି ଅରବିନ୍ଦ କେଜ୍ରିୱାଲଙ୍କ ସମର୍ଥନରେ ଏକ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ସୁନୀତା କେଜ୍ରିୱାଲ କହିଛନ୍ତି, ‘ଗତକାଲି ଅରବିନ୍ଦ କେଜ୍ରିୱାଲ କୋର୍ଟରେ ଯାହା କହିଛନ୍ତି ତାହା କହିବାକୁ ବହୁତ ସାହସ ଆବଶ୍ୟକ । ସେ ଜଣେ ପ୍ରକୃତ ଦେଶପ୍ରେମୀ । ଏହିପରି ଭାବରେ ଆମର ସ୍ୱାଧୀନତା ସଂଗ୍ରାମୀମାନେ ବ୍ରିଟିଶମାନଙ୍କ ସହିତ ଲଢିଥିଲେ । ମୁଁ ତାଙ୍କ ସହିତ ୩୦ ବର୍ଷ ଧରି ରହିଆସିଛି, ସେ ସବୁବେଳେ ଦୁର୍ନୀତିଗ୍ରସ୍ତ ଏବଂ ଏକଛତ୍ରବାଦୀ ଶାସନକୁ ଚ୍ୟାଲେଞ୍ଜ କରନ୍ତି । ଏହି ଲଢେଇରେ ଆପଣମାନେ କଣ ଆପଣ ମାନଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରିବେ ନାହିଁ ବୋଲି କହିଛନ୍ତି ସୁନୀତା ।

ସୁନୀତା କେଜ୍ରିୱାଲ ହ୍ଵାଟସଆପ୍ ନମ୍ବର ଜାରି କରିବାବେଳେ କହିଛନ୍ତି ଯେ, ‘ଏହା ମାଧ୍ୟମରେ ଆମେ ଏକ କେଜ୍ରିୱାଲ କୋ ଆଶୀର୍ବାଦ ନାମକ ଅଭିଯାନ ଆରମ୍ଭ କରୁଛୁ । ଆପଣ ଏହି ନମ୍ବରରେ ଆପଣଙ୍କର ବାର୍ତ୍ତା ପଠାଇପାରିବେ । ଅନେକ ଲୋକ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ମାନସିକ, ଉପବାସ ଆଦି କରୁଛନ୍ତି । ମୁଁ ଆପଣଙ୍କର ପ୍ରତ୍ୟେକ ବାର୍ତ୍ତା ତାଙ୍କ ନିକଟରେ ପହଞ୍ଚାଇବି । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କଥା କେଜ୍ରିୱାଲ ଶୁଣିବେ ବୋଲି କହିଛନ୍ତି ସୁନୀତା ।

 

Leave A Reply

Your email address will not be published.