Latest Odisha News

BREAKING NEWS

ଜେଲରୁ ବାହାରିବା ପରେ କେଜ୍ରିଓ୍ବାଲଙ୍କ ପ୍ରଥମ ବାର୍ତ୍ତା, ଏକଛାତ୍ରବାଦ ବିରୋଧରେ ଏକାଠି ହୁଅ

ନୂଆଦିଲ୍ଲୀ: ୫୦ ଦିନ ତିହାର ଜେଲରେ ରହିବା ପରେ ଅନ୍ତରୀଣ ଜାମିନରେ ମୁକୁଳିଥିବା ଅରବିନ୍ଦ କେଜ୍ରିୱାଲ ଭାରତର ନାଗରିକମାନଙ୍କୁ ଏକ ନିବେଦନ କରି ଏକଛତ୍ରବାଦର ବିପଦ ବିରୋଧରେ ଏକଜୁଟ ହେବାକୁ ଅନୁରୋଧ କରିଛନ୍ତି । ସନ୍ଧ୍ୟା ୭ଟାରେ ସେ ଜେଲରୁ ବାହାରିବା ପରେ ଆମ୍ ଆଦମୀ ପାର୍ଟି (ଆପ୍) ସମର୍ଥକଙ୍କ ଭିଡ଼ ତାଙ୍କୁ ସ୍ୱାଗତ କରିଥିଲା।

ଜାମିନରେ ମୁକୁଳିବା ପରେ କୃତଜ୍ଞତା ଜ୍ଞାପନ କରି କେଜ୍ରିୱାଲ ଆଶୀର୍ବାଦ ପାଇଁ ଶନିବାର କନଟ ସ୍ଥିତ ହନୁମାନ ମନ୍ଦିରକୁ ଯିବେ ଏହାପରେ ଆପ୍ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଏବଂ ପରେ ଦକ୍ଷିଣ ଦିଲ୍ଲୀରେ ଏକ ରୋଡ୍ ସୋ’ କରିବାକୁ ଯୋଜନା କରିଛନ୍ତି। ଅତ୍ୟାଚାର ବିରୋଧରେ ଭାରତର ଐତିହାସିକ ଦୃଢ଼ତା ଉପରେ ସେ ଗୁରୁତ୍ୱାରୋପ କରିବା ସହ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ସାମୂହିକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି।

କେଜ୍ରିଓ୍ଵାଲ୍ ତାଙ୍କ ସମର୍ଥକମାନଙ୍କୁ ସମ୍ବୋଧିତ କରି ଏକଛତ୍ରବାଦ ବିରୋଧରେ ଲଢ଼େଇ ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଜୁନ୍ ୨ ତାରିଖରେ ହାଜତକୁ ଫେରିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯିବା ଏବଂ ସରକାରୀ ଦାୟିତ୍ୱ ତୁଲାଇବା ଉପରେ ପ୍ରତିବନ୍ଧକ ସମେତ ନିର୍ଦ୍ଦିଷ୍ଟ ସର୍ତ୍ତ ସହ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।

ଦିଲ୍ଲୀରେ ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ଅଭିଯୋଗରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ପ୍ରବର୍ତ୍ତନ ନିର୍ଦେଶାଳୟ ହେପାଜତରେ କିଛି ଦିନ ରହିବା ପରେ ସେ ଏପ୍ରିଲ ୩ରୁ ତିହାର ଜେଲରେ ବନ୍ଦୀ ଥିଲେ।

Leave A Reply

Your email address will not be published.