Latest Odisha News

BREAKING NEWS

ବିଜେପିରେ ମିଶିଲେ ବିଜେଡି ନେତ୍ରୀ ଗୀତାଞ୍ଜଳି, କେନ୍ଦ୍ରପଡ଼ା ବିଧାନସଭା ଆସନରୁ ଦଳ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା

ଭୁବନେଶ୍ୱର: ୨୦୨୪ ବିଧାନସଭା ନିର୍ବାଚନ ନେଇ ଚାଲିଛି ନେତା ମାନଙ୍କର ଦଳଡିଆଁ । ଏହି କ୍ରମରେ ଆଜି ବିଜେପିରେ ଯୋଗଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ । ନିଜର ଶତାଧିକ ସମର୍ଥକଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ନିର୍ବଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାରଙ୍କ ଉପସ୍ଥିତିରେ ଦଳରେ ସାମିଲ ହେଲେ ଗୀତାଞ୍ଜଳି ।

ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସହିତ ବିଜେଡି ଛାଡିଥିଲେ ଗୀତାଞ୍ଜଳି । ତେବେ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ଗୀତାଞ୍ଜଳି ଟିକେଟ ଆଶାୟୀ ଥିବାବେଳେ, ଦଳ ଗଣେଶ୍ୱର ବେହେରାଙ୍କୁ ଏହି ଆସନ ଲାଗି ପ୍ରାର୍ଥୀ କରିଛି । ଅସନ୍ତୁଷ୍ଟତା କାରଣରୁ ଗୀତାଞ୍ଜଳି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା କୁହାଯାଉଛି ।

କେନ୍ଦ୍ରାପଡ଼ାବାସୀଙ୍କ ସ୍ବାର୍ଥ କୁ ଦୃଷ୍ଟିରୁ ବିଜେଡି ଛାଡ଼ିଥିବା ସେ କହିଛନ୍ତି । ସେ ପୂର୍ବରୁ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ଆଜି ସକାଳେ ବିଜେଡି ଛାଡିଥିବାବେଳେ, ବିଜେପିରେ ଯୋଗ ଦେଇଛନ୍ତି ଗୀତାଞ୍ଜଳି ।

ଗୀତାଞ୍ଜଳି ସେଠୀଙ୍କୁ କେନ୍ଦ୍ରପଡ଼ା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.