Latest Odisha News

BREAKING NEWS

ଗୋଟିଏ ଲୋକ ସଭା, ୧୧ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ସିପିଆଇ

ଭୁବନେଶ୍ୱର: ଓଡ଼ିଶା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ସିପିଆଇ । ଗୋଟିଏ ଲୋକସଭା ଆସନ ଓ ୧୧ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ସିପିଆଇ । ଜଗତସିଂହପୁର ଲୋକସଭା ଆସନରେ ରମେଶ ଚନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି ।

ସେହିପରି ୧୧ଟିବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଛତ୍ରପୁରରୁ ଗୁରୁନାଥ ପ୍ରଧାନ, ସୁନ୍ଦରଗଡ଼ ରୁ ରାଜେନ୍ଦ୍ର ନାୟକ, ବାଲିକୁଦା ଏରସମା ରୁ ଅଭିଜିତ ସାହୁ, ବ୍ରଜରାଜନଗର ରୁ ରମେଶ ଚନ୍ଦ୍ର ତ୍ରିପାଠୀ, ପାରାଦୀପ ରୁ ଜିନ୍ମୟୀ ସାହାଣୀ, କବିସୂର୍ଯ୍ୟନଗର ରୁ ପ୍ରବୀଣ ଦାସ, ନୀଳଗିରି ରୁ ଅଜୟ ପଟ୍ଟନାୟକ, ଭୁବନେଶ୍ୱର (ଉତ୍ତର) ରୁ ଶଙ୍କର୍ଷଣ ବାରିକ, ନିମାପଡ଼ା ରୁ ମନୋଜ ପରିଡ଼ା, ଲକ୍ଷ୍ମୀପୁର ରୁ କୁମର ଜାନି ଏବଂ କଣ୍ଟାବାଞ୍ଜି ରୁ ପାଣ୍ଡବ ଭୋଇ ଙ୍କୁ ପ୍ରାର୍ଥୀ କରିଛି ଦଳ ।

ସିପିଆଇଏମ ପୂର୍ବରୁ ରାଜ୍ୟର ଗୋଟିଏ ଲୋକ ସଭା ଓ ୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି । ଦଳର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବେ ।

Leave A Reply

Your email address will not be published.