Latest Odisha News

ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେନ୍ଦୁଝର ଲୋକସଭା ପ୍ରାର୍ଥୀ ବିନୋଦ ବିହାରୀ ନାୟକ

କେନ୍ଦୁଝର :ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ବିନୋଦ ବିହାରୀ ନାୟକ । ଆଜି କେନ୍ଦୁଝର ଜିଲ୍ଲା ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ବିନୋଦ ବିହାରୀ ନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏକ ବିଶାଳ ଶୋଭାଯାତ୍ରାରେ ସମର୍ଥକ ଓ ଦଳୀୟ ନେତା ମାନଙ୍କ ସହ  ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସକୁ ଯାଇ ନିଜର  ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି  ।

BjdElectrycity

ଏହି ବିଶାଳ ଶୋଭାଯାତ୍ରାରେ ତାଙ୍କ ସମର୍ଥକ ମାନେ ବ୍ୟାନର, ପତାକା ଧରି ସହର ପରିକ୍ରମା କରିଥିଲେ। ପ୍ରାର୍ଥୀ ପତ୍ର ଦାଖଲ ବେଳେ ପୂର୍ବତନ ପିସିସି ସଭାପତି ତଥା ପ୍ରଚାର କମିଟି ସଦସ୍ୟ ତଥା ଆନନ୍ଦପୁର ପ୍ରାର୍ଥୀ ଜୟଦେବ ଜେନା, ପିସିସି ସମ୍ପାଦକ ଆଲୋକ ମିଶ୍ରଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ବିନୋଦ ବିହାରୀ ନାୟକ କଂଗ୍ରେସର ଗ୍ୟାରେଣ୍ଟି ଓ ଲୋକଙ୍କ ସମସ୍ୟା ସମାଧାନ କରିବାର ପ୍ରତିଶ୍ରୁତି ଦେଇ ଭୋଟ ମାଗିବେ ବୋଲି କହିଛନ୍ତି  । ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଓ କଂଗ୍ରେସ କ୍ଷମତାକୁ ଆସିଲେ ସଫଳତାର ଗ୍ୟାରେଣ୍ଟିକୁ ନେଇ ଭୋଟରଙ୍କୁ ତାଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.