Latest Odisha News

BREAKING NEWS

ୟୁନିସେଫ୍ ର ଭାରତର ନ୍ୟାସନାଲ ଆମ୍ବାସାଡାର ହେଲେ କରୀନା

ନୂଆଦିଲ୍ଲୀ: ୟୁନିସେଫ୍ ର ଭାରତର ନ୍ୟାସନାଲ ଆମ୍ବାସାଡାର ହେଲେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ । ୨୦୧୪ ରୁ କରୀନା ୟୁନିସେଫ୍ ସହ ଜଡିତ ଅଛନ୍ତି । ତାଙ୍କୁ ବ୍ରାଣ୍ଡ ଆମ୍ବାସାଡାର ଭାବେ ନିଯୁକ୍ତ କରାଯିବା ପରେ ସେ ବହୁତ ଖୁସି ଥିବା ଦେଖିବାକୁ ମିଳିଛି । ସେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏସମ୍ପର୍କରେ ସୂଚନା ଦେଇଛନ୍ତି ।

BjdElectrycity

ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଆଜି ମୋ ପାଇଁ ଏକ ଖୁସିର ଦିନ । ୟୁନିସେଫ୍ ଇଣ୍ଡିଆର ଆମ୍ବାସାଡାର ହୋଇଥିବାରୁ ନିଜକୁ ବହୁତ ଗୌରବାନ୍ବିତ ମନେ କରୁଛି । ମୁଁ ସବୁବେଳେ ଶିଶୁଙ୍କ ଅଧିକାର, ସୁରକ୍ଷା ଓ ସମାନ ଭବିଷ୍ୟତ ପାଇଁ ମୁଁ ମୋ ସ୍ବର ଉତ୍ତୋଳନ କରିବି’ ।

ନ୍ୟାସନାଲ ଆମ୍ବାସାଡାର ହେବାପରେ ଅଭିନେତ୍ରୀ ଇଣ୍ଟରଭ୍ୟୁରେ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ‘ୟୁନିସେଫ ସହିତ ମୋର ଯାତ୍ରା ଏକ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିଲା । ଏହି ଯାତ୍ରା ସମୟରେ ମୁଁ ଶିକ୍ଷକ, ଅଭିଭାବକ ଏବଂ ପିଲାମାନଙ୍କ ସହିତ କଥାବାର୍ତ୍ତା କରିଛି । ମୁଁ ଅନୁଭବ କରୁଛି ଯେ ୟୁନିସେଫ୍ ମାଧ୍ୟମରେ ମୁଁ ଜଣେ ବ୍ୟକ୍ତି ଭାବରେ ବହୁତ ବିକଶିତ ହୋଇପାରିଛି । କାରଣ ମୁଁ ପିଲାମାନଙ୍କୁ ଦେଖିଛି ଏବଂ ସେମାନଙ୍କର ଆବଶ୍ୟକତା କ’ଣ ବୁଝିଛି ।

ଅଭିନେତ୍ରୀ ଆହୁରି କହିଛନ୍ତି, ‘ଏହା ମୋ ପାଇଁ ଅତ୍ୟନ୍ତ ସନ୍ତୋଷଜନକ ଯାତ୍ରା ଅଟେ । ବର୍ତ୍ତମାନ ଏହି ନୂତନ ଭୂମିକା ଗ୍ରହଣ କରି ମୁଁ ଅନେକ ଦାୟିତ୍ବ ଏବଂ ଚାପ ଅନୁଭବ କରୁଛି କିନ୍ତୁ ୟୁନିସେଫ୍ ସହିତ ମୋର ସମ୍ପର୍କକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି’ ।

 

Leave A Reply

Your email address will not be published.