Latest Odisha News

BREAKING NEWS

ଅଭୁଲା ଗୀତ : ଦେଲେ ଧରା କଥା ସରେ

ଗୀତ: ନରସିଂହ ମହାପାତ୍ର
ସଙ୍ଗୀତ : ବାଳକୃଷ୍ଣ ଦାଶ
ଗାୟନ: ଆରତି ମୁଖାର୍ଜୀ ଓ ମହମ୍ମଦ୍ ସିକନ୍ଦର ଆଲାମ୍‌
ଚଳଚ୍ଚିତ୍ର: ଅମଡ଼ାବାଟ, ୧୯୬୪

ଦେଲେ ଧରା କଥା ସରେ

ନାୟିକା:ଦେଲେ ଧରା କଥା ସରେ
ଥାଏ ମଜା ଦୂରେ ଦୂରେ
ଦେଲେ ଧରା କଥା ସରେ
ଥାଏ ମଜା ଦୂରେ ଦୂରେ
ଦେଲେ ଧରା
ନାୟକ:ଅଳି ପାଶେ ନାହିଁ ଗଲେ
ଫୁଟା ଫୁଲ ଝୁରି ମରେ
ଅଳି ପାଶେ ନାହିଁ ଗଲେ
ଫୁଟା ଫୁଲ ଝୁରି ମରେ
ନାୟିକା:ଦେଲେ ଧରା କଥା ସରେ
ଥାଏ ମଜା ଦୂରେ ଦୂରେ
ଦେଲେ ଧରା

ନାୟକ:କରେ ଅଧୀର ଥିରି ପବନ
ମନ ଚହଲେ ରଚି ସପନ
ନାୟିକା:ସେଇ ସପନେ ଦିଅ ହଜାଇ
ତୁମ ନିରସ ମନ ଭିଜାଇ
ନାୟକ:ତୁମେ ନାହଁ ସପନରେ
ତୁମେ ନାହଁ ସପନରେ
ଏକା ସତେ ଦେଖି ଡରେ
ନାୟିକା:ଦେଲେ ଧରା କଥା ସରେ
ଥାଏ ମଜା ଦୂରେ ଦୂରେ
ଦେଲେ ଧରା

ନାୟିକା:ଛୁଏଁ ମରମ ଯାହା ପରଶେ
ଆସ ଭୁଲାଇ ନିଅ ହରଷେ
ନାୟକ:ଭୁଲା ନୁହେଁ ସେ ରହେ ଦୂରେଇ
ହୁଏ ମାନିନୀ ନେଲେ ମନାଇ
ନାୟିକା:ଜାଣେ ସେ ଯେ ଆସି ପାଶେ
ମାନ ଭାଙ୍ଗି ନେବ ତାରେ
ନାୟକ ଓ ନାୟିକା:ଦେଲେ ଧରା କଥା ସରେ
ଥାଏ ମଜା ଦୂରେ ଦୂରେ
ଦେଲେ ଧରା

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬ ରୁ ୬୯ ବହି

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.