Latest Odisha News

BREAKING NEWS

ଏମିତି ଠକୁଥିଲେ ନକଲି ରେଳ ଅଧିକାରୀ; ବାନ୍ଧିଲା ପୋଲିସ

କେନ୍ଦୁଝର:ଜଣେ ନକଲି ରେଳ ଅଧିକାରୀଙ୍କୁ କେନ୍ଦୁଝର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ନାମ ରାଜ କୁମାର ପୂର୍ତ୍ତି (୩୧)। ଅଭିଯୁକ୍ତ ରାଜ କୁମାର ପୂର୍ବତଟ ରେଳପଥର ଜାଲ ପରିଚୟପତ୍ର ଦେଖାଇ ବସନ୍ତପୁର ରେଳପଥର ଷ୍ଟେସନ ମାଷ୍ଟର ଭାବରେ ନିଜର ମିଥ୍ୟା ପରିଚୟ ଦେଉଥିଲେ।

ସୂଚନାଥାଉକି, କେନ୍ଦୁଝରର ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ କେସ୍‌ ନମ୍ବର ୫୮୭/୨୬ରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ଅଭିଯୋଗକାରୀଙ୍କ ସ୍ବାମୀ ଜଣେ ରେଳ କର୍ମଚାରୀ ହୋଇଥିବାରୁ ଅଭିଯୁକ୍ତ ତାଙ୍କର ବିଶ୍ୱାସ ଜିତି ରେଳବିଭାଗର ଏକ କାମ ବାହାନାରେ ତାଙ୍କ ସ୍ବାମୀଙ୍କ ବାଇକ୍ ( ଓଆର୍‌-୦୯-ଏଲ୍‌-୬୩୯୮) ନେଇଥିଲେ।
ପରେ ଅଭିଯୁକ୍ତ ବାରମ୍ବାର ଅଭିଯୋଗକାରୀଙ୍କ ସହିତ ଫୋନ୍‌ ମାଧ୍ୟମରେ ଯୋଗାଯୋଗ କରିଥିଲେ ଏବଂ ପାରିବାରିକ ଜରୁରୀକାଳିନ ପରିସ୍ଥିତିର ମିଥ୍ୟା କଥା କହି ଫୋନ୍‌ ପେ’ ମାଧ୍ୟମରେ ଟଙ୍କା ନେଇଥିଲେ। ବାଇକ୍ ବ୍ୟତୀତ ୨୭,୦୦୦ ଟଙ୍କା ଠକେଇ କରି ନେଇଯାଇଥିଲେ।

ଅଭିଯୋଗ ପାଇବା ପରେ ପୋଲିସ ଟାଉନ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

Comments are closed.