Latest Odisha News

BREAKING NEWS

ବୋମା ଫିଙ୍ଗିଥିବା ଯୁବକଙ୍କ ଫଟୋ ଜାରି, ଖବର ଦେଲେ ମିଳିବ ପୁରସ୍କାର

କେନ୍ଦୁଝର : କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ କାର୍‌ ଉପରେ ବୋମା ଫିଙ୍ଗିଥିବା ଯୁବକଙ୍କ ଫଟୋ ଜାରି ହୋଇଛି । ସିସିଟିଭିରେ କଏଦ ହୋଇଥିବା ଭିଡିଓରୁ ଫଟୋ ସଂଗ୍ରହ କରି ଅଭିଯୁକ୍ତଙ୍କ ଫଟୋ ଜାରି କରିଛି ପୋଲିସ । ଏଥିସହ ଅଭିଯୁକ୍ତଙ୍କୁ ଚିହ୍ନଟ କିମ୍ବା ଧରାଇ ଦେଲେ ପୁରସ୍କାର ଦିଆଯିବ ବୋଲି କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ଘୋଷଣା କରିଛନ୍ତି । ଅନ୍ୟପଟେ ବୋମାମାଡ ଘଟଣାକୁ ତିନି ଦିନ ବିତିଥିଲେ ବି ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ ।

ଗତ ରବିବାର ବିଧାୟକ ମୋହନ ମାଝୀ ଏକ ସଭାରୁ ଫେରୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ କରିଥିଲେ ବିଧାୟକ । ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେପି । ଆଜି ଗାନ୍ଧି ଛକଠାରେ ୪୯ ନମ୍ୱର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ବିଜେପି କର୍ମୀ । ଅନ୍ରପଟେ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ପୋଲିସ ଛାନବିନ୍ କରୁଥିବା ବେଳେ, ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତକୁ ବ୍ୟାପକ କରିଛି । ତେବେ ଖୁବଶୀଘ୍ର ବୋମାମାଡ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରଝର ଏସପି ମିତ୍ରଭାନୁ ମହାପାତ୍ର ।

Leave A Reply

Your email address will not be published.