ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ଆଥଲେଟ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ବ୍ୟାଡମିଂଟନରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେ ପ୍ରି-କ୍ୱାର୍ଟର ମୁକାବିଲାରେ ଡେନମାର୍କର ମିୟା ବ୍ଲିଚଫେଲ୍ଟଙ୍କୁ ୨୧-୧୫, ୨୧-୧୩ରେ ପରାସ୍ତ କରିଥିଲେ । ଏହି ମ୍ୟାଚରେ ବିଜୟ ହାସଲ କରିବା ପାଇଁ ତାଙ୍କୁ ମାତ୍ର ୪୧ ମିନିଟ ସମୟ ଲାଗିଥିଲା ।
ବକ୍ସିଂ: ବକ୍ସିଂରେ ସତୀଶ କୁମାର ୯୧ କିଗ୍ରାରୁ ଊର୍ଦ୍ଧ୍ୱ ପୁରୁଷ ବିଭାଗର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ସେ ପଦକ ହାସଲଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି । ସତୀଶ ଜାମାଇକାର ରିକାର୍ଡୋ ବ୍ରାଉନଙ୍କୁ ୪-୧ରେ ପରାସ୍ତ କରିଥିଲେ ।
ତୀରନ୍ଦାଜ ପ୍ରି-କ୍ୱାର୍ଟରରେ ପତିପତ୍ନୀ: ତୀରନ୍ଦାଜରେ ଭାରତର ଅତନୁ ଦାସ ପୁରୁଷ ସିଙ୍ଗଲ୍ସରେ ଦକ୍ଷିଣ କୋରିଆର ଷ୍ଟାର ଖେଳାଳି ତଥା ୨ ଥର ସ୍ୱର୍ଣ୍ଣ ପଦକ ବିଜେତା ଝିନୟେକ ଓହଙ୍କୁ ଶୁଟଆଉଟରେ ହରାଇ ପ୍ରି-କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ପୂର୍ବରୁ ମହିଳା ବିଭାଗରେ ତାଙ୍କ ପତ୍ନୀ ଦୀପିକା କୁମାରୀ ଚମତ୍କାର ପ୍ରଦର୍ଶନ କରି ପ୍ରି-କ୍ୱାର୍ଟରରେ ପ୍ରବେଶ କରି ସାରିଛନ୍ତି ।
ଶୁଟିଂ: ଶୁଟିଂରେ ମନୁ ଭାକର ୨୫ ମିଟର ଏୟାର ପିସ୍ତଲ ଇଭେଂଟର କ୍ୱାଲିଫାଇଂ ରାଉଣ୍ଡରେ ୫ମ ସ୍ଥାନ ହାସଲ କରିଛନ୍ତି ।
BREAKING NEWS
- ଇଣ୍ଡିଆ ବ୍ଲକ୍ର ବୈଠକ ପରେ ବର୍ଷିଲେ ମଲ୍ଲିକାର୍ଜୁନ ଖଡ୍ଗେ, କହିଲେ ଏସସି ଓ ଏସଟିଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିନି
- ୧୩୨ତମ ସମ୍ବିଧାନ ସଂଶୋଧନ ବଡ଼ ପଦକ୍ଷେପ: ସମସ୍ତ ରାଜ୍ୟରେ ଲୋକଙ୍କ ପ୍ରତିନିଧିତ୍ୱ ବଢ଼ାଇବା କହିଲେ ଗୃହ ମନ୍ତ୍ରୀ
- ବାହାରିନରେ ‘ବିକାସ୍’ର ମହୋତ୍ସବ, ଚମକିଲା ଓଡିଶା କଳା, ସଂସ୍କୃତି ଓ ପରମ୍ପରା
- ମହିଳା ସଂରକ୍ଷଣ ବିଲ୍ ନେଇ ମୋଦୀଙ୍କ ଦୃଢ଼ୋକ୍ତି: “କୌଣସି ରାଜନୈତିକ ଦଳ ଏହାକୁ ରୋକି ପାରିବେ ନାହିଁ”
- ନିର୍ବାଚନ ଲଢ଼ିବା ପାଇଁ ସର୍ବନିମ୍ନ ବୟସ ହ୍ରାସ କରିବା ଦାବି ଖାରଜ, ସୁପ୍ରିମକୋର୍ଟ କାହିଁକି ଆବେଦନକୁ ଭୁଲ ବୋଲି କହିଲେ?
- କବାଟ ପଛରେ କପଡ଼ା ଟାଙ୍ଗୁଛନ୍ତି କି ?ଏହି ଅଭ୍ୟାସ ସୃଷ୍ଟି କରିବ ସମସ୍ୟା,ଜାଣନ୍ତୁ ବାସ୍ତୁ ନିୟମ
- ଶୁଦ୍ଧିକ୍ରିୟା ଭୋଜି ଖାଇବାକୁ ଯାଇଥିଲେ, ଘରୁ ୧୫ ଲକ୍ଷର ଅଳଙ୍କାର ନେଇଗଲେ ଚୋର…
- ‘କଲ୍ ସେଂଟର ଆଳରେ ସାଇବର କ୍ରାଇମ୍’ ନକଲି କମ୍ପାନୀ ନାଁରେ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ୍, ସାମ୍ନାକୁ ଆସିଲା ବିଦେଶୀ ଲିଙ୍କ୍
- Automated E-challans: ସାବଧାନ୍ ଗାଡ଼ି ଚାଳକ! କ୍ୟାମେରା ଧରିବ ଆପଣଙ୍କ ଭୁଲ୍, ଘରେ ପହଞ୍ଚିବ ଇ-ଚାଲାଣ!
- ଏଣିକି ଟିଭିରେ ଦେଖିପାରିବେ ଇନଷ୍ଟାଗ୍ରାମ, ଖୁବଶୀଘ୍ର ଭାରତରେ ନୂଆ ଫିଚର୍
Comments are closed.