Latest Odisha News

BREAKING NEWS

ଦିନକ ପାଇଁ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ; ୨୧ ପରିବର୍ତ୍ତେ ହେବ ୨୨ରେ

ଭୁବନେଶ୍ୱର:ଘୁଞ୍ଚିଲା ବାଚସ୍ପତି ନିର୍ବାଚନ । ସେପ୍ଟେମ୍ବର  ୨୧ ତାରିଖରେ ହେବାର ଥିଲା ବାଚସ୍ପତି ନିର୍ବାଚନ । ହେଲେ ୨୧ରେ ନହୋଇ  ୨୨  ତାରିଖରେ ହେବ ନିର୍ବାଚନ । ନିର୍ବାଚନକୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ପରିବର୍ତ୍ତିତ କାର୍ଯ୍ୟକ୍ରମ ଅନୁଯାୟୀ ୨୨ ତାରିଖ ସାକଳ ସାଢେ ୯ଟାରେ ହେବ ବାଚସ୍ପତି ନିର୍ବାଚନ ।

ମିଳିଥିବା ସୂଚନା ଅନୁଯାୟୀ, ୨୧ ତାରିଖ  ନିର୍ବାଚନ ହେଲେ  ବିରୋଧୀ ଉଦବେଗ ପ୍ରକାଶ କରିଥିଲେ । କାରଣ ନୂଆଁଖାଇ ୨୦ ତାରିଖରେ ପଡୁଥିବାରୁ ୨୧ ତାରିଖ ଆସିବା ପାଇଁ ସମସ୍ୟା ହେବ ବୋଲି ବିରୋଧୀ କହିଥିଲେ । ବିଶେଷକରି ବିରୋଧୀ ଦଳରେ ଥିବା ପଶ୍ଚିମ ଓଡ଼ିଶା ବିଧାୟକମାନେ ନିର୍ବାଚନରେ ସାମିଲ ହେବେନି ବୋଲି କହିଥିଲେ । ଉଭୟେ କଂଗ୍ରେସ ଓ ବିଜେପି ନିର୍ବାଚନକୁ ବୟକଟ କରିବା ପାଇଁ କହିଥିଲେ ।

ତେବେ ବିରୋଧୀଙ୍କ ଦାବିକୁ ଦୃଷ୍ଟିରେ ରଖି ସରକାର ବାଚସ୍ପତି ନିର୍ବାଚନ ତାରିଖ ଘୁଞ୍ଚାଇ ଦେଇଛନ୍ତି ।  ୨୧ ପରିବର୍ତ୍ତେ ୨୨ ତାରିଖରେ ନିର୍ବାଚନ ହେବ ବୋଲି ଧାର୍ଯ୍ୟ କରାଯାଇଛି । ୨୨ ତାରିଖ ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ବାଚସ୍ପତି ନିର୍ବାଚନ ଶେଷ ହେବ ।

ବାଚସ୍ପତି ନିର୍ବାଚନ ପାଇଁ ୧୮ ତାରିଖ ନାମାଙ୍କନ ପତ୍ର ଦାଖଲ କରାଯିବ । ତେବେ ବାଚସ୍ପତି କିଏ ହେବ ସେ ନେଇ କୌଣସି ଚିତ୍ର ସ୍ପଷ୍ଟ ହୋଇନି ।

Leave A Reply

Your email address will not be published.