Latest Odisha News

ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ‘’କେଜିଏଫ୍‌ ୨”, ଦୁଇ ଦିନରେ ୧୦୦ କୋଟି କଲେକ୍ସନ

ମୁମ୍ବାଇ : ବକ୍ସ ଅଫିସରେ ଏବେ ଧମାଲ କରୁଛି ‘କେଜିଏଫ୍ -୨’ ଫିଲ୍ମ । ରିଲିଜି ହେବା ଦିନଠାରୁ ବଲିଉଡ ଓ ସାଉଥର ବଡ ବଡ ମୁଭିକୁ ପଛରେ ପକାଇ ସାରଲାଣି ‘କେଜିଏଫ୍ ୨’ । ୟଶରାଜଙ୍କ ଫିଲ୍ମ ‘କେଜିଏଫ୨’ ପ୍ରଥମ ଦିନରେ ୫୪ କୋଟି ଟଙ୍କା ବ୍ୟବସାୟ କରିଥିବା ବେଳ ଦ୍ୱିତୀୟ ଦିନରେ ବି କମାଲ କରୁଛି ‘କେଜିଏଫ୍ ୨’  । ଏବେ ୧୦୦ କୋଟି ଟଙ୍କା କ୍ଲବରେ ସାମିଲ ହୋଇଛି ‘କେଜିଏଫ୍ -୨’ । ଏହି ଫିଲ୍ମ ବିଦେଶରେ ମଧ୍ୟ ଭଲ ବ୍ୟବସାୟ କରୁଛି ।ଏନେଇ ଟ୍ରେଣ୍ଡ ଆନାଲିଷ୍ଟ ଟ୍ୱିଟ କରି ଜଣାଇଛନ୍ତି ।

BjdElectrycity

 

ରବିବାର ସୁଦ୍ଧା ମୁଭି ୧୮୫ କୋଟି ଟଙ୍କା ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଛିାଏହି ଫିଲ୍ମ ବାହୁବଲୀ -୨ ଓ ଦବଙ୍ଗକୁ ଫିଲ୍ମ ଠାରୁ ଭଲ ଟ୍ରେଣ୍ଡ କରୁଛି । ଯଦି ଆମେ ୱାର୍ଲଡ ୱାଇଡ ଦେଖିବା ଏହି ମୁଭି ୩ଶହ କୋଟି ଟଙ୍କା କ୍ଲବରେ ସାମିଲ ହୋଇ ସାରିଲାଣି । ମାତ୍ର ଦୁଇ ଦିନ ଭିତରେ କୌଣସି ଫିଲ୍ମ ଏପରି ଆୟ କରିବା ଦେଖିବାକୁ ମିଳିନି । ହେଲେ ସମସ୍ତ ରେକର୍ଡ ଭାଙ୍ଗି ସାରିଲାଣି କେଜିଏଫ୍ -୨ । । ଏହି ମୁଭିରେ ୟଶ , ସଞ୍ଜୟ ଦତ୍ତ, ରବୀନା ଟଣ୍ଡନ ମୁଖ୍ୟ ଭୂମିକାରେ ଅଛନ୍ତି ।ହଲ ଗୁଡିକରେ ମୁଭି ପୁରା ହାଉସଫୁଲ ଯାଉଛି ।

Leave A Reply

Your email address will not be published.