Latest Odisha News

ପଣ୍ୟବାହୀ ଜାହାଜରେ ଥିଲା ୭୫୦ ଟନ୍ ଡିଜେଲ୍‌, ମଝି ସମୁଦ୍ରରେ ବୁଡିଗଲା

ଆଜି ଟ୍ୟୁନିସିଆ ତଟ ନିକଟବର୍ତ୍ତୀ ଇଲାକାରେ ଜାହଜଟି ବୁଡିଯାଇଥିବା ସୂଚନା ରହିଛି

ଭୁବନେଶ୍ୱର: ପରିବେଶ ବିପର୍ଯ୍ୟର ଜ୍ୱଳନ୍ତ ଉଦାହରଣ । ଏକ ପଣ୍ୟବାହୀ ଜାହାଜରେ ରପ୍ତାନୀ ହେଉଥିଲା ୭୫୦ ଟନ୍ ଡିଜେଲ୍ । ହେଲେ ଆଜି ମଝି ସମୁଦ୍ରରେ ଜାହାଜଟି ବୁଡିଯିବା ପରେ ପରିବେଶବିତ୍ ଚିନ୍ତାରେ ପଡିଛନ୍ତି ।

ଜେଲୋ ନାମକ ଏକ ଜାହାଜ ଡିଜେଲ୍ ଧରି ଇଜିପ୍ଟରୁ ମାଲଟା ଅଭିମୁଖେ ବାହାରିଥିଲା । ଆଜି ଟ୍ୟୁନିସିଆ ତଟ ନିକଟବର୍ତ୍ତୀ ଇଲାକାରେ ଜାହଜଟି ବୁଡିଯାଇଥିବା ସୂଚନା ରହିଛି । ଜାହାଜରୁ ବର୍ତ୍ତମାନ ସୁଦ୍ଧା ତେଲ ଲିକ୍ ହୋଇନଥିବା ଜଣାପଡିଛି । ତେବେ ଆଗାମୀ ସମୟରେ ଯଦି ତେଲ ଲିକ୍ ହୁଏ ତେବେ ଗମ୍ଭୀର ପରିସ୍ଥିତି ଉପୁଜିବା ନେଇ ଆଶଙ୍କା କରାଯାଉଛି ।

ୱିଅନ୍ ନ୍ୟୁଜ୍ ଅନୁଯାୟୀ ଗତ ଶକ୍ରବାର ପାଗ ଖରାପ ହେବା ଯୋଗୁଁ ଜାହାଜଟି ଟ୍ୟୁନିସିଆ ସୀମାକୁ ପ୍ରବେଶ କରିବା ଲାଗି ଅନୁମତି ମାଗିଥିଲା । ଆପତକାଳୀନ ସ୍ଥିତି ଯୋଗୁଁ ବନ୍ଦର କର୍ତ୍ତୃପକ୍ଷ ଜାହାଜଟିକୁ ପ୍ରବେଶ ଅନୁମତି ଦେଇଥିଲେ ।

ଜାହାଜଟି ସମ୍ପୁର୍ଣ୍ଣ ବୁଡିଯିବା ପରେ ଟ୍ୟୁନିସିଆ ପରିବେଶ ମନ୍ତ୍ରାଳୟ, ସୁରକ୍ଷା ବିଭାଗ, ପରିବହନ ଓ କଷ୍ଟମ ବିଭାଗ ସ୍ଥିତି ନିୟନ୍ତ୍ରଣ କରିବାକୁ ଯୋଜନା କରିଛନ୍ତି । ଅନ୍ୟପଟେ ଜାହାଜରେ ସବାର୍ ଥିବା ସମସ୍ତ ୭ଜଣ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.