Latest Odisha News

BREAKING NEWS

ରେକର୍ଡ ଭାଙ୍ଗିଲା କେଜିଏଫ-୨ ଟିଜର୍‌

ହାଇଦ୍ରାବାଦ: ୟଶ ଓ ସଂଜୟ ଦତ୍ତଙ୍କ ଆଗାମୀ ଫିଲ୍ମ କେଜିଏଫ-୨ । ଦର୍ଶକଙ୍କ ମନକୁ ଆନ୍ଦୋଳିତ କରିବା ପାଇଁ ବାସ୍ ଏହି ଫିଲ୍ମର ଟାଇଟଲ୍ ହିଁ ଯଥେଷ୍ଟ । ନିକଟରେ ଏହି ଫିଲ୍ମର ଟିଜର୍ ବେଶ ଧମାକାଦାର ଅନ୍ଦାଜରେ ୟୁଟ୍ୟୁବ୍‌ରେ ରିଲିଜ୍ ହୋଇଥିଲା । ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ଏହାର ଟିଜର୍ ଏକ ନୂଆ ବିଶ୍ୱରେକର୍ଡ ସ୍ଥାପନ କରିଛି ।

ୟୁଟ୍ୟୁବ୍‌ରେ ରିଲିଜ ହୋଇଥିବା ପ୍ରଥମ ଟିଜର୍ ଭାବେ ଏହା ୨୪ ଘଣ୍ଟା ମଧ୍ୟରେ ସବୁଠୁ ଅଧିକ ଭିୟର୍ସିପ୍ ହାସଲ କରିଛି । କେଜିଏଫ-୨ର ଟିଜର୍ ପାଖାପାଖି ୭୮ ମିଲିଅନ ଭିୟର୍ସିପ୍ ହାସଲ କରିବା ଘଟଣା ଫିଲ୍ମର ଜବରଦସ୍ତ ଚାହିଦାକୁ ସ୍ପଷ୍ଟ କରିଛି । ବକ୍ସ ଅଫିସରେ ଏହି ଫିଲ୍ମଟି ନିଶ୍ଚିତ ଭାବେ ଏକାଧିକ ରେକର୍ଡକୁ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି । ଏପରି ସ୍ଥିତିରେ ବାହୁବଲି ପ୍ରଥମ ପାର୍ଟର ରେକର୍ଡକୁ ଅତିକ୍ରମ କରିବା ଦର୍ଶକଙ୍କ ପାଇଁ କିଛି ନୂଆ ଘଟଣା ସାବ୍ୟସ୍ତ ହେବନି ।

କେଜିଏଫ-୨ର ସଫଳତା ଏକାଧିକ ଏକ୍ସ-ଫାକ୍ଟର୍ ଉପରେ ନିର୍ଭର କରେ । ପ୍ରଥମତଃ କରୋନା ମହାମାରୀ ପରେ ଏହି ବହୁ ପ୍ରତିକ୍ଷୀତ ଫିଲ୍ମଟି ସିନେମା ହଲ୍‌ରେ ରିଲିଜ୍ ହେବ । ଦ୍ୱିତୀୟତଃ ସଂଜୟ ଦତ୍ତ ଓ ରବିନା ଟଣ୍ଡନଙ୍କ ଭଳି କଳାକାର ମଧ୍ୟ ସିନେମା ହଲରେ ହାଉସ୍‌ଫୁଲ୍ ଟ୍ୟାଗ୍ ଲଗାଇବା ନେଇ ଏକପ୍ରାକର ନିଶ୍ଚିତ କରିଛି ।

ଅନ୍ୟପଟେ କେଜିଏଫର ପ୍ରଥମ ପାର୍ଟ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲାବେଳେ ଏକାଧିକ ନ୍ୟାଶନାଲ ଆୱାର୍ଡ ବି ହାତେଇଥିଲା । ଫିଲ୍ମର ସିକ୍ୱେଲ୍ ପାର୍ଟରେ ୟଶ ତଥା ରକିଙ୍କ ପ୍ରଚ୍ଛଦପଟ୍ଟ କାହାଣୀ ଓ ଅଧୀରା ଭାବେ ସଂଜୟ ଦତ୍ତଙ୍କ ଖଳନାୟକ ଚରିତ୍ର ମଧ୍ୟ ସାମ୍ନାକୁ ଆସିବ । ଏହି ସମସ୍ତ ଫାକ୍ଟର୍ ଦେଖି ଫିଲ୍ମଟି ବ୍ଲକବଷ୍ଟର ସାବ୍ୟସ୍ତ ହେବ ବୋଲି ଅନୁମାନ କରାଯାଇଛି ।

Leave A Reply

Your email address will not be published.