Latest Odisha News

BREAKING NEWS

ବିଳମ୍ବରେ ଆରମ୍ଭ ହେବ ଫିଲ୍ମ ‘ଆଦିପୁରୁଷ’ର ସୁଟିଂ!

ନୂଆଦିଲ୍ଲୀ: ଆଗାମୀ ସମୟରେ ବଲିଉଡ ଅଭିନେତା ସୈଫ୍‌ ଅଲି ଖାନ ବଡ଼ ବଡ଼ ପ୍ରୋଜେକ୍ଟ ହାତେଇଛନ୍ତି। ସେ କିଛି ସମୟ ପାଇଁ ଭୁତ୍‌ ପୋଲିସ୍ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଥିବାବେଳେ ବର୍ତ୍ତମାନ ସେ ଖୁବ୍ ଶୀଘ୍ର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆଦିପୁରୁଷ’ ଉପରେ କାମ ଆରମ୍ଭ କରିବେ। ଫିଲ୍ମ ‘ତାନାଜୀ’ର ନିର୍ଦ୍ଦେଶନା ଦେଇଥିବା ଓମ୍ ରାଉତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି। ସୈଫ୍‌ ଅଲି ଖାନ ଏହି ଚଳଚ୍ଚିତ୍ରରେ ରାବଣ ଭୂମିକାରେ ନଜର ଆସିବେ।

ପ୍ରଭାସ ଏହି ଚଳଚ୍ଚିତ୍ରରେ ରାମଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଏପର୍ଯ୍ୟନ୍ତ କେବଳ ଫିଲ୍ମର ପୋଷ୍ଟର ରିଲିଜ ହୋଇଛି, ଯାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହା ଜଣା ଯେ ସୈଫ ଅଲି ଖାନଙ୍କ ପତ୍ନୀ କରୀନା କପୁର ଖାନ ଗର୍ଭବତୀ ଅଛନ୍ତି ଏବଂ ଖୁବ୍ ଶୀଘ୍ର ସେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବେ। ଯଦିଓ ଫିଲ୍ମର ସୁଟିଂ ଏହି ମାସରୁ ଆରମ୍ଭ ହେବ, କିନ୍ତୁ ବର୍ତ୍ତମାନ ଯାହା ଶୁଣାଯାଉଛି ଯେ ଶୀଘ୍ର ପିତା ହେବାକୁ ଯାଉଥିବା ସୈଫଙ୍କ କାରଣରୁ ସାମାନ୍ୟ ବିଳମ୍ବ ହୋଇପାରେ। ସୂଚନାନୁସାରେ, ସୈଫ ଅଲି ଖାନ ଗତ କିଛି ମାସ ଧରି ରାବଣର ଭୂମିକା ପାଇଁ ପ୍ରସ୍ତୁତି ଚଳାଇଥିଲେ।

Leave A Reply

Your email address will not be published.