Latest Odisha News

BREAKING NEWS

ହର୍ଷ ଉଲ୍ଲାସର ସହ ଉଦଯାପିତ ହେଲା ଖଡ଼ିଆଳ ମହୋତ୍ସବ

ଖଡ଼ିଆଳ:ଉଦଯାପିତ ହୋଇଯାଇଛି ଖଡ଼ିଆଳ ମହୋତ୍ସବ। ଗଡ଼ଜାତ ଅମଳର ସର୍ବପୁରତାନ ଐତିହାସିକ କଳା ସାହିତ୍ୟ ସଂସ୍କୃତି ସମ୍ପନ୍ନ ଖଡ଼ିଆଳ ସହରର ୧୮ତମ ଲୋକ ମହୋତ୍ସବର ଉଦଯାପନି ସନ୍ଧ୍ୟାରେ ବେଶ୍ ଧୁମ୍ ଧାମରେ ପାଳିତ ହୋଇଛି। ମହୋତ୍ସବ ପଡିଆରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବଲିଉଡ ଗାୟକଗାୟିକାଙ୍କ ସହ ମନ୍ତ୍ରୀ ଟୁକୁନି ସାହୁ ଓ ଖଡ଼ିଆଳ ବିଧାୟକ ଅଞ୍ଚଳର ଲୋକଙ୍କୁ କଳା ସଂସ୍କୃତି ଓ ପରମ୍ପରାକୁ ଭଲ ପାଇବାର ଏହା ହେଉଛି ଏକ ଅନନ୍ୟ ଉଦାହରଣ ବୋଲି କହିଥିଲେ । ଲୋକ କଳା ଲୋକ ସାହିତ୍ୟର ଉତ୍ଥାନ ପାଇଁ ଏଠିକାର ଲୋକଙ୍କ ଆଗ୍ରହ ଉତ୍ସାହ ଓଡ଼ିଶା ନୁହେଁ ସାରା ଭାରତ ବର୍ଷ ପାଇଁ ଉଦାହରଣ । ସରକାରଙ୍କ ବିନା ସହାୟତାରେ ଅନବରତ ଅଠର ବର୍ଷ ଧରି କରି ଆସୁଥିବା ଏହି ମହୋତ୍ସବ ଆଗକୁ ଆଗକୁ ବଢି ଚାଲିଛି। ଏହାକୁ ଆଗାମୀ ଦିନରେ କିଭଳି ସରକାରୀ ସହାୟତା ମିଳିପାରିବ ସେ ଉପରେ ସରକାରଙ୍କୁ ଅବଗତ କରାଯିବ ବୋଲି ମନ୍ତ୍ରୀ ଟୁକୁନି ସାହୁ ପ୍ରକାଶ କରିଛନ୍ତି। ଏହି ମହୋତ୍ସବକୁ ବଞ୍ଚାଇ ରଖି ଇତିହାସ ସୃଷ୍ଟି କରିବା ପାଇଁ ଖଡ଼ିଆଳ ଅଂଚଳବାସୀଙ୍କୁ ନିବେଦନ କରିଛନ୍ତି ଖଡ଼ିଆଳ ବିଧାୟକ।

ଖଡ଼ିଆଳ ମହୋତ୍ସଵର ଶେଷ ରଜନୀର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବଲିଉଡ ଗାୟକ ସୁରେଶ ୱାଦେକର୍ ଓ କବିତା କୃଷ୍ଣମୂର୍ତ୍ତି ଧୁମ ମଚାଇଥିଲେ । ଏହି ଦୁଇ କଳାକାରଙ୍କୁ ଦେଖିବା ଓ ଶୁଣିବା ପାଇଁ ଲକ୍ଷାଧିକ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ଶେଷ ସନ୍ଧ୍ୟାରେ ରାଜା ଏ ଟି ହାଇସ୍କୁଲ ପଡ଼ିଆରେ ଶିବ ଭଜନ ଓ ରାମାୟଣର ଗୀତ ଗାଇ କବିତା କ୍ରିଷ୍ଣା ମୂର୍ତ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଓଡ଼ିଆ ଓ ହିନ୍ଦୀ ଭାଷାର ସୁପର ହିଟ ଗୀତ ସବୁ ଗାଇ ଦର୍ଶକଙ୍କ ମନ କିଣି ନେଇଥିଲେ। ସେହିପରି ବଲିଉଡରେ ଏକଦା ରାଜ୍ କରିଥିବା ସୁରେଶ ୱାଦେକର ଗୋଟିଏ ଗୋଟିଏ ହିଟ ହିନ୍ଦୀ ଓ ଓଡ଼ିଆ ଗୀତ ଗାଇ ସମସ୍ତଙ୍କୁ ଝୁମେଇଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ରାତ୍ର ୨ ଘଣ୍ଟା ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।

୨୦୦୫ ମସିହାରେ ଆରମ୍ଭ ହୋଇଥିବା ଖଡ଼ିଆଳ ମହୋତ୍ସବ ଅନବରତ ଭାବରେ ଚାଲି ଆସିଥିବା ବେଳେ ଆଗାମୀ ଦିନରେ ଏହା ତାର ରୋପ୍ୟ, ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରିବ ଓ କେବଳ ଯେ ଭାରତ ବର୍ଷର କଳାକାର ନୁହେଁ ବିଦେଶ ରୁ ମଧ୍ୟ କଳାକାର ଆସି ଏହି ମହୋତ୍ସବରେ ଭାଗ ନେବ ସେହି ଆଶା ଆକାଂକ୍ଷା ରଖି ଆଗାମୀ ବର୍ଷକୁ ଅପେକ୍ଷା କରି ରହିଛନ୍ତି ଖଡ଼ିଆଳବାସୀ।

Leave A Reply

Your email address will not be published.