Latest Odisha News

ପ୍ୟାରିସ ଅଲିମ୍ପିକ୍ସରେ ସମସ୍ୟା ସୃଷ୍ଟି କରିପାରେ ହିଟ ୱେଭ

ପ୍ୟାରିସ: ଚଳିତ ବର୍ଷ ଜୁଲାଇରେ ପ୍ୟାରିସ ଅଲିମ୍ପିକ୍ସ ଆୟୋଜିତ ହେବ । ତେବେ ଏହି ମେଗା ଇଭେଂଟରେ ଏକ ପ୍ରାକୃତିକ ବିପଦ ସମସ୍ୟା ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଏହି ସମୟରେ ହିଟ ୱେଭ ପ୍ରବାହ ଆରମ୍ଭ ହେବ ବୋଲି ସେମାନେ କହିଛନ୍ତି । ଏବେ ପ୍ୟାରିସରେ ବରଫ ପଡୁଛି । ମାତ୍ର ଛଅ ମାସ ପରେ ସ୍ଥିତି ବଦଳି ଯାଇଥିବ । ଏନପିଜି କ୍ଲାଇମେଟ ଆଣ୍ଡ ଆଟମସ୍ପିୟରିକ ଜର୍ଣ୍ଣାଲରେ ଏହି ସମ୍ପର୍କୀତ ରିପୋର୍ଟ ପ୍ରକାଶ ପାଇଛି । ୨୦୦୩ରେ ଏଠାରେ ହିଟ ୱେଭ ପ୍ରବାହିତ ହୋଇଥିଲା । ଏଥର ପରିବେଶ ସମାନ ସ୍ଥିତି ଦେଇ ଗତି କରୁଛି ।

ପ୍ୟାରିସରେ ସବୁଜିମା କମ ଥିବା ବେଳେ ପ୍ରଦୂଷଣମାତ୍ରା ଅଧିକ । ଯାହାକି ହିଟ ୱେଭ ପାଇଁ ଅନୂକୂଳ ପରିସ୍ଥିତି ସୃଷ୍ଟି କରିଥାଏ । ପ୍ରତ୍ୟେକ ବର୍ଷ ପ୍ୟାରିସରେ ତାପମାତ୍ରା ବଢ଼ିବାରେ ଲାଗିଛି । ଅପରପକ୍ଷରେ ଅଲିମ୍ପିକ ଆୟୋଜକ କମିଟିର ଜଣେ ପ୍ରବକ୍ତା କହିଛନ୍ତି ଏହା ସମସ୍ୟା ସୃଷ୍ଟି କରିବ ବୋଲି ଆମେ ଆଶଙ୍କା ବ୍ୟକ୍ତ କରିଥିଲୁ । ସେଥିପାଇଁ ଏହାର ମୁକାବିଲା ନିମନ୍ତେ ବିଭିନ୍ନ ପ୍ରକାରର ପ୍ରସ୍ତୁତି ଆମେ କରିଛୁ । ଏପରିକି କେତେକ ଆଉଟଡୋର ଗେମକୁ ଆବଶ୍ୟକ ପଡିଲେ ଇନଡୋରରେ କରିବା ପାଇଁ ମଧ୍ୟ ଯୋଜନା କରିଛୁ । ଆଥଲେଟ ଓ ଦର୍ଶକଙ୍କ ଯେପରି କୌଣସି କ୍ଷତି ନ ଘଟିବ ସେଥିପାଇଁ ସମସ୍ତ ଉଦ୍ୟମ କରାଯାଇଛି ।

ମାରାଥନ, ଟେନିସ ଓ ବିଚ ଭଲିବଲ ହିଟ ୱେଭ ଦ୍ୱାରା ବିଶେଷ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି । ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍ସରେ ୩୦ ଡିଗ୍ରର ସେଲସିୟସର ଉତାପ ଓ ୮୦ ପ୍ରତିଶତ ହ୍ୟୁମିଡିଟି ଆଥଲେଟଙ୍କୁ ବ୍ୟତୀବ୍ୟସ୍ତ କରି ପକାଇଥିଲା ।

Leave A Reply

Your email address will not be published.