Latest Odisha News

ଖଡ଼ିଆଳ ପୁଲିସକୁ ସଫଳତା, ଚୋରି ହୋଇଥିବା କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ କଲା ପୁଲିସ, ୩ ଯୁବକ ଗିରଫ

ନୂଆପଡ଼ା: ଖଡ଼ିଆଳ ଏରିଗେସନ ଅଫିସରୁ ଚୋରି ହୋଇଥିବା ଜିନିଷ ଜବତ କରିବାରେ ସଫଳ ହୋଇଛି ଖଡ଼ିଆଳ ପୁଲିସ । ଏଥିସହିତ ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ ।

ଗତ ୨୨ ତାରିଖରେ ଖଡ଼ିଆଳ ସ୍ଥିତ ଏରିଗେସନ୍ ଅଫିସରୁ କମ୍ପ୍ୟୁଟର ଓ ପ୍ରିଣ୍ଟର ଚୋରି ହୋଇଥିଲା । ଏନେଇ ଗତ ୨୪ ତାରିଖରେ ଏରିଗେସନ୍ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରକାଶ ବେହେରା ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା ।

ଏଥିରେ ୩ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ । ୩ ଅଭିଯୁକ୍ତ ହେଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବାଦୀ ଛକର ପୂର୍ଣ୍ଣଚନ୍ଦ୍ର ନାଗ, ଖଡ଼ିଆଳ ସହର ଲାଲସହେବ ପଡାର ସୁମିତ ବଛା ଓ ଛେଲିଆ ପଡାର ଉତ୍ତମ ଜଗତଙ୍କୁ ପୁଲିସ୍ ଗିରଫ କରିଛି । 

Leave A Reply

Your email address will not be published.