ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଯୌତୁକ ପାଇଁ ବୋହୂକୁ ପୋଡି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା କହ୍ନେଇପୁର ଗାଁରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ କିଛିଦିନ ତଳେ ବିବାହ ହୋଇଥିଲା । ପ୍ରଥମେ ସବୁକିଛି ଠିକ ଚାଲିଥିଲା । ହେଲେ ବାହାଘରର କେତେଦିନ ପରେ ନିର୍ଯାତନା ଆରମ୍ଭ ହୋଇଥିଲା । ଯୌତୁକ ଆଣିବା ପାଇଁ ବୋହୂକୁ ବାଧ୍ୟ କରାଯାଇଥିଲା । ସେ ଟଙ୍କା ଆଣିନପାରିବାରୁ ତାଙ୍କୁ ପେଟ୍ରୋଲ ଲଗାଇ ନିଆଁ ଲଗାଯାଇଥିଲା ବୋଲି ପୀଡିତାଙ୍କ ପିରବାର ଲୋକେ କହିଛନ୍ତି । ବର୍ତ୍ତମାନ ପୀଡିତାଙ୍କ ଶରୀରର ୪୦ ପ୍ରତିଶତ ପୋଡି ଯାଇଥିବା ବେଳେ ସେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସ୍ଥିତି ସାଙ୍ଘାତିକ ହେବାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତୁରନ୍ତ ଏହି ଘଟଣାରେ ତଦନ୍ତ କରାଯାଇ ଦୋଷୀମାନଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି । ସାମାନ୍ୟ କେତଟା ଟଙ୍କା ପାଇଁ ଏଭଳି ପୋଡିଦେବା ଅମାନବୀୟ ଘଟଣା । ତେଣୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡଦେବା ପାଇଁ ଦାବି ହୋଇଛି ।
BREAKING NEWS
- ୨୦୩୬ ବେଳକୁ ଟଙ୍କାର ମହତ୍ୱ ରହିବନି: ଏଲନ୍ ମସ୍କ
- ଦିବ୍ୟାଙ୍ଗଙ୍କୁ ପରିଚୟ ପତ୍ର ମିଳିବାରେ ଯେପରି ବିଳମ୍ବ ନହୁଏ ସେନେଇ ବିଶେଷ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ
- ପ୍ରକୃତିର ତାଣ୍ଡବ ନା ଜଳବାୟୁ ପରିବର୍ତ୍ତନର କୁପ୍ରଭାବ? ଜାଣନ୍ତୁ ଓଡ଼ିଶାରେ ରେକର୍ଡ ଭାଙ୍ଗୁଥିବା ଲଗାଣ ବର୍ଷା ପଛର ଅସଲ କାରଣ
- Asian Games 2026: ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ହକି ଦଳ ଘୋଷଣା:ଟିମରେ ଓଡ଼ିଆ ପୁଅ ଅମିତ ଓ ଶିଳାନନ୍ଦ
- ଦିନିକିଆ ର଼୍ୟାଙ୍କିଙ୍ଗ ଶୀର୍ଷରେ ଗିଲ, ୨୩୦ ସ୍ଥାନ ଉପରକୁ ଉଠିଲେ ବୈଭବ
- ସିଏମଓରୁ କୁଆଡ଼େ ଗଲା କମିଶନ ଫାଇଲ? ନବୀନଙ୍କୁ ଦାୟୀ କରିବାକୁ ନେଇ ଗର୍ଜିଲା ବିଜେଡି, କହିଲା ‘ସରକାର ନିଜ କାମ କରୁ ନାହାଁନ୍ତି’
- Naxalites Surrender: ୪୯ଲକ୍ଷର ପୁରସ୍କାର ରାଶି ଥିବା ୮ ନକ୍ସଲଙ୍କ ଆତ୍ମସମର୍ପଣ
- କମନୱେଲଥ୍ ଗେମ୍ସ: ଭାରତୀୟ ବକ୍ସରଙ୍କ ଦମଦାର ପ୍ରଦର୍ଶନ, ୯ଟି ମେଡାଲ ପକ୍କା
- ଟିସିଏସ୍ ଚାକିରିକୁ ମାରିଲେ ଲାତ, ଆରମ୍ଭ କଲେ ଚାଉଳ ବ୍ୟବସାୟ: ଆଜି ବାର୍ଷିକ ୨୫ ଲକ୍ଷ ରୋଜଗାର କରୁଛନ୍ତି ଏହି ଯୁବକ
- ରଥଯାତ୍ରା ୨୦୨୬ର ସଫଳ ସମାପନ ପାଇଁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
Comments are closed.