Latest Odisha News

BREAKING NEWS

ବିମାନ ଉଡାଇଦେବା ଧମକ ମାମଲା: ଆତଙ୍କବାଦୀ ପନ୍ନୁନର ଗିରଫ ଦାବି କଲେ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା

ନୂଆଦିଲ୍ଲୀ: ଖଲିସ୍ତାନ ଆତଙ୍କୀଙ୍କ ଖୁଲମଖୁଲା ଧମକ। ୧୯ ନଭେମ୍ବର ଏୟାର ଇଣ୍ଡିଆ ଦେଇ ଯାତ୍ରା କରିବାକୁ ଯୋଜନା କରୁଥିବା ଲୋକଙ୍କୁ ଧମକ ଦେଇଛି ଆତଙ୍କୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ)ର ପ୍ରତିଷ୍ଠାତା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍। ୧୯ ନଭେମ୍ବରକୁ ଏୟାର ଇଣ୍ଡିଆ ଫ୍ଲାଇଟରେ ଗଲେ ଆଉ କେହି ଫେରିବେନି। ଯଦି ଏହି କଥାକୁ କେହି ଗୁରୁତର ସହ ନ ନେବେ, ତେବେ ତାର ମୃତ୍ୟୁ ସୁନିଶ୍ଚିତ। ପନ୍ନୁନ୍ ଏକ ଭିଡିଓ ଜାରି କରି ଏହି ଚେତାବନୀ ଦେଇଛି। ଏପରିକି ନଭେମ୍ବର ୧୯ ଓ ତା’ପରେ ଏୟାର ଇଣ୍ଡିଆ ବିମାନରେ ନଯିବା ଲାଗି ଶିଖମାନଙ୍କୁ କହିଛି ସଂଗଠନ। ଅନ୍ଯପଟେ ଆତଙ୍କବାଦୀ ପନ୍ନୁନଙ୍କୁ ଗିରଫ କରିବା ପାଇଁ ଭାରତର ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଦାବି କରିଛନ୍ତି।

ପନ୍ନୁ ଧମକ ଦେଇ କହିଛି, ୧୯ ନଭେମ୍ବରରେ କୌଣସି ଶିଖ୍ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରନ୍ତୁ ନାହିଁ। ସାରା ବିଶ୍ବରେ ଏୟାର ଇଣ୍ଡିଆ ବିମାନକୁ ଅବରୋଧ କରାଯିବ ଓ ସେହିଦିନ ବିଶ୍ବର କୌଣସି ସ୍ଥାନକୁ ଯିବାକୁ ଏୟାର ଇଣ୍ଡିଆ ବିମାନକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛି। ଏହି ନିଷ୍ପତ୍ତି ଭାରତ ସରକାରଙ୍କ ପ୍ରତି ଏକ ୱାର୍ଣ୍ଣିଂ ହୋଇପାରେ ବୋଲି ସେ କହିଛି। ୧୯ ନଭେମ୍ବରରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ବନ୍ଦ ରଖିବାକୁ ସେ ଚେତାବନୀ ଦେଇଛି। ସେହିଦିନ ୱାର୍ଲଡ ଟେରର କପ୍ ମ୍ୟାଚ ଖେଳାଯାଇ ଓ ସାରା ବିଶ୍ବ ଏହି ମ୍ୟାଚ ଦେଖିବ ବୋଲି ସେ କହିଛି। ଏହା ଭାରତରେ ହୋଇଥିବା ଶିଖ ଗଣହତ୍ୟାର ଜବାବ ହେବ।

ପଞ୍ଜାବ ମୁକ୍ତ ହେବା ପରେ ଏହି ବିମାନ ବନ୍ଦରର ନାମ ସହିଦ ବିୟନ୍ତ ସିଂ ଓ ସହିଦ ସତୱନ୍ତ ସିଂ ବିମାନ ବନ୍ଦର ରଖାଯିବ ବୋଲି କହିଛି। ୧୯୮୫ ଜୁନ ୨୩ରେ ଏୟାର ଇଣ୍ଡିଆ ବିମାନ କନିଷ୍କ ମଣ୍ଟ୍ରିଲ-ଲଣ୍ଡନ-ଦିଲ୍ଲୀ-ମୁମ୍ବାଇ ରୁଟରେ ଥିବାବେଳେ ଆଟଲାଣ୍ଟିକ ମହାସାଗର ଉପରେ ବିସ୍ଫୋରଣ ଘଟାଯାଇଥିଲା। କାନାଡାର ଶିଖ ଆତଙ୍କବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଏହି ବିସ୍ଫୋରଣରେ ୩୨୯ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.