Latest Odisha News

BREAKING NEWS

ବିହାରରେ ଗର୍ଜିଲେ ଅମିତ ଶାହ; କହିଲେ ଦୁର୍ନୀତିଗ୍ରସ୍ତ ଲୋକଙ୍କ ସହ କ୍ଷମତାକୁ ଉପଭୋଗ କରୁଛନ୍ତି ନୀତୀଶ

ପାଟନା: ଦିନିକିଆ ବିହାର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ମୁଜାଫରପୁରର ପତାହି ବିମାନବନ୍ଦର ପଡିଆରେ ଏକ ନିର୍ବାଚନୀ ପ୍ରଚାର ସମାବେଶକୁ ସମ୍ବୋଧିତ କରି ନୀତିଶ ସରକାରଙ୍କ ଉପରେ ଉପରେ ଗର୍ଜିଛନ୍ତି ଶାହ । ଅମିତ ଶାହ କହିଛନ୍ତି ଯେ, ଇଣ୍ଡି ଆଲାଇନ୍ସର କେବଳ ଗୋଟିଏ ଏଜେଣ୍ଡା ନରେନ୍ଦ୍ର ମୋଦୀଙ୍କୁ ବିରୋଧ କରିବା । ଦୁର୍ନୀତିଗ୍ରସ୍ତ ଲୋକଙ୍କ ସହ ନୀତିଶ କୁମାର କ୍ଷମତାର ନିୟମ ଉପଭୋଗ କରୁଛନ୍ତି । ଆଜି ସେ ଲାଲୁଙ୍କ କୋଳରେ ବସିଛନ୍ତି ।

ଶାହ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଯେ, ୨-ଜି ଘୋଟାଲ କରୁଥିବା ଇଣ୍ଡି ଆଲାଇନ୍ସକୁ ବାଛିବେ ନା ୫-ଜି ପ୍ରଦାନ କରୁଥିବା ମୋଦି ସରକାରଙ୍କୁ । ଶାହ କହିଛନ୍ତି ଯେ, ଆଜି ଯେତେବେଳେ ମୁଁ ଉତ୍ତର ବିହାରକୁ ଆସିଛି, ୨୦୨୪ ନିର୍ବାଚନ ନିର୍ବାଚନରେ ମୋଦୀ ଜୀଙ୍କୁ ୪୦ ଟି ସିଟ୍ ମଧ୍ୟରୁ ୪୦ ଟିକୁ ଜିତାଇବାକୁ ଅନୁରୋଧ କରୁଛି । ୨୦୨୫ରେ ବିହାରରେ ବିଜେପି ସରକାର ଗଠନ କରିବାକୁ ପଡିବ । ସେଥିପାଇଁ ବିହାରବାସୀଙ୍କ ସହଯୋଗ ଆମକୁ ନିତାନ୍ତ ଆବଶ୍ୟକ ।

ଏହି କାର୍ଯ୍ୟକ୍ରମରେ ଅମିତ ଶାହା ନୀତୀଶ କୁମାର ଓ  ଲାଲୁ ଯାଦବଙ୍କୁ  କଡ଼ା ଟାର୍ଗେଟ କରିଛନ୍ତି । ସେହିପରି ନରେନ୍ଦ୍ର ମୋଦୀଙ୍କ ସଫଳ କାର୍ଯ୍ୟର ଉଦାହରଣ ଦେଇ ଶାହ କହିଛନ୍ତି ଯେ, ମୋଦୀଙ୍କ ନେତୃତ୍ୱରେ ଜି-୨୦ ସମ୍ମିଳନୀ ଆୟୋଜିତ ହୋଇଛି । ସମସ୍ତ ଦେଶ ଦିଲ୍ଲୀ ମନିଫେଷ୍ଟୋକୁ ସର୍ବସମ୍ମତି କ୍ରମେ ନରେନ୍ଦ୍ର ମୋଦୀଙ୍କୁ ସମ୍ମାନିତ କରିଛନ୍ତି । ଏହାସହ ସର୍ଜିକାଲ ଷ୍ଟ୍ରାଇକ, କଶ୍ମୀରରୁ ଧାରା-୩୭୦ ଅପସରଣ, ଚନ୍ଦ୍ରରେ ଚନ୍ଦ୍ରୟାନ-୩ର ସଫଳ ଅବତରଣ, ନୂଆ ସଂସଦ ଭବନ ନିର୍ମାଣ ଓ ମହିଳାମାନଙ୍କ ସଂରକ୍ଷଣ ଏହିଭଳି ଅନେକ କାର୍ଯ୍ୟ ବିଷୟରେ କହି ସେ ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

Leave A Reply

Your email address will not be published.