Latest Odisha News

BREAKING NEWS

ଟିକେଟ୍ ନମିଳିବାରୁ ଦଳ ଛାଡିଲେ ଖରିଆର ବିଜେପି ବିଧାୟକ ଦୁର୍ଯ୍ୟୋଧନ ମାଝି

ଭୁବନେଶ୍ୱର : ନୂଆପଡା ଜିଲ୍ଲା ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝି ଶୁକ୍ରବାର ଦିନ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ଶ୍ରୀଯୁକ୍ତ ମାଝି ନିଜ ଇସ୍ତଫା ପତ୍ର ଦଳର ପ୍ରଦେଶ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି । ଆହୁରି ମଧ୍ୟ ଦଳ ତାଙ୍କୁ ଟିକେଟ୍ ନଦେବାରୁ ସେ ଇସ୍ତଫା ପ୍ରଦାନ କରିଥିବା ନେଇ ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ମାଝି ବିଜେଡି ଛାଡି ୨୦୧୪ରେ ବିଜେପି ଟିକେଟରୁ ଖରିଆର ବିଧାନସଭା ଆସନରୁ ନିର୍ବାଚନ ଲଢି ଜିତିଥିଲେ ।

ତେବେ ୨୦୧୯ ନିର୍ବାଚନ ଲାଗି ଉକ୍ତ ସ୍ଥାନରୁ ଦଳୀୟ ନେତୃତ୍ୱ ତାଙ୍କ ନାମ ବଦଳରେ ପୂର୍ବତନ ବିଧାୟକ ହିତେଶ ବାର୍ଗତୀଙ୍କ ଧର୍ମପତ୍ନୀ ରିତାରାଣୀ ବାର୍ଗତୀଙ୍କ ନାମ ଚୟନ କରିଥିବାରୁ ସେ ଦଳରୁ ଇସ୍ତଫା ଦେଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.