Latest Odisha News

ବିଦେଶରୁ ଫେରିଥିବା ସର୍ବାଧିକ ଲୋକ ଖୋର୍ଦ୍ଧା ଆସିଛନ୍ତିି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କରୋନାଭାଇରସକୁ ନେଇ ତାଜା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କରୋନାଭାଇରସ ଗତକାଲି(ମଙ୍ଗଳବାର) ସୁଦ୍ଧା ୧୬୨ଟି ଦେଶକୁ ବ୍ୟାପିଥିବା ବେଳେ ଆଜି(ବୁଧବାର) ସୁଦ୍ଧା ୧୬୭ଟି ଦେଶକୁ ବ୍ୟାପିଛି । ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ସୁଦ୍ଧା ୧,୮୩,୧୧୬ ଥିବାବେଳେ ଆଜି ସୁଦ୍ଧା ୧,୯୯,୧୯୩ରେ ପହଞ୍ଚିଛି ।

ଆଜି ଦିନ ୨ଟା ସୁଦ୍ଧା ୨୧୩୧ଜଣ ବିଦେଶ ଫେରନ୍ତାଙ୍କ ପଞ୍ଜିକରଣ କରାଯାଇଛି । ବିଶ୍ୱର ପ୍ରାୟ ୮୦ଟି ଦେଶରୁ ୨୧୩୧ଜଣ ଲୋକ ସ୍ୱଦେଶ ଫେରିଛନ୍ତି । ବିଦେଶ ଫେରନ୍ତାଙ୍କ ମଧ୍ୟରୁ ସର୍ବାଧିକ ୨୦% ୟୁଏଇରୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଲୋକ ରାଜ୍ୟର ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଆସିଛନ୍ତି ।

ଦେଶରେ ଆଜି ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସେହିପରି ସାରା ବିଶ୍ୱରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮,୦୧୦ରେ ପହଞ୍ଚିଛି ।

Leave A Reply

Your email address will not be published.