Latest Odisha News

BREAKING NEWS

ନବୀନଙ୍କ କରୋନା ସଂକ୍ରମଣ ପଦକ୍ଷେପକୁ ମୋଦିଙ୍କ ପ୍ରଶଂସା

ଭୁବନେଶ୍ୱର: ବିଦେଶରୁ ଫେରିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ରାଜ୍ୟ ସରକାରଙ୍କ କୋଭିଡ-୧୯ ପୋର୍ଟାଲରେ ପଂଜୀକୃତ କରିବା ସୂଚନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ୱିଟକୁ ପ୍ରଧାନମନ୍ତ୍ରୀ ମୋଦି ବେଶ୍ ପ୍ରଶଂସା କରିଛନ୍ତି ।

ଏ ସମ୍ପର୍କରେ ନବୀନଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି ଲେଖିଛନ୍ତି ଯେ ନବୀନ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ନବୀନ ବାବୁଙ୍କର ଏହି ଅଭିନବ ପଦକ୍ଷେପକୁ ଅନ୍ୟମାନେ ଅନୁକରଣ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । କୋଭିଡ-୧୯ର ସଂକ୍ରମଣକୁ ରୋକିବା ପାଇଁ ଆମେ ସମସ୍ତେ ନିଜ ନିଜର ଦାୟିତ୍ୱ ନିର୍ବାହ କରିପାରିବା ବୋଲି ଏଥିରେ ଉଲ୍ଲେଖ କରିଛନ୍ତି ।

ମୋଦିଙ୍କ ଏହି ପ୍ରଶଂସା ଭରା ଟ୍ୱିଟକୁ ଏକ ଘଣ୍ଟା ମଧ୍ୟରେ ପ୍ରାୟ ଦେଢ ଲକ୍ଷରୁ ଅଧିକ ରିଟ୍ୱିଟ୍ କରିଥିବା ବେଳେ ପ୍ରାୟ ସାତ ଲକ୍ଷ ଲୋକ ଲାଇକ କରିଛନ୍ତି ।

Leave A Reply

Your email address will not be published.