Latest Odisha News

BREAKING NEWS

ଖୋର୍ଦ୍ଧା-ଗଂଜାମ ବର୍ଡର ସିଲ୍‌, ଟୋଲ୍ ଗେଟ୍ ନିକଟରେ ଟ୍ରାଫିକ ଜାମ୍‌

ଗଂଜାମ: ବଢ଼ୁଥିବା କରୋନା ସଂକ୍ରମଣ ଯୋଗୁଁ ଗଂଜମାର ସମସ୍ତ ସହରାଂଚଳକୁ ଜିଲ୍ଲାପାଳ ଆସନ୍ତାକାଲିଠାରୁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି । ତେବେ ଆଜି ଠାରୁ ଗଂଜମାର ସବୁ ବର୍ଡର ସିଲ୍ କରାଯାଇଛି । ଆଜି ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ସୀମା ସିଲ୍ ହେବା ପରେ ଟ୍ରାଫିକ ଜାମ୍ ହୋଇଛି । ସୀମା ସୀଲ୍ ଯୋଗୁଁ ରାସ୍ତାରେ ଗାଡିର ଲମ୍ବା ଲାଇନ ଲାଗିଛି ।

ପରିସ୍ଥିତିର ସମୀକ୍ଷା ପାଇଁ ଏସପି ବ୍ରିଜେଶ ରାୟ ସୀମାରେ ପହଂଚି ତଦାରଖ କରିଛନ୍ତି । ସୀମା ସିଲ୍ ହେବା ପରେ ୨ପ୍ଲାଟୁନ ପୋଲିସା ଫୋର୍ସ ମୁତୟନ କରାଯାଇଛି । ଆଜି ସୀମା ସିଲ କରିବା ନେଇ ଟୁଇଟ୍ କରି ସୂଚନା ଦେଇଥିଲେ ଗଂଜାମ ଜିଲ୍ଲାପାଳ ।

ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ନଜରରେ ରଖି ଜିଲ୍ଲା ସୀମା ସିଲ୍ କରିଛନ୍ତି ଜିଲ୍ଲାପାଳ । ଏନେଇ ସମସ୍ତ ଜିଲ୍ଲାବାସୀଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଛି । ଏହି ସମୟରେ କେହି ଗଂଜାମ ଜିଲ୍ଲାରୁ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାର ଜିଲ୍ଲାରୁ ଗଂଜାମକୁ ଆସିପାରିବେ ନାହିଁ । କୌଣସି ଲୋକଙ୍କୁ ଗଂଜାମରୁ ଭୁବନେଶ୍ୱରକୁ ଆସିବାକୁ ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଛି ।

Leave A Reply

Your email address will not be published.