Latest Odisha News

BREAKING NEWS

ବିଜେଡି ବିଧାୟକଙ୍କ ନାଁରେ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ବିଜେପି ନେତା

ପଦ୍ମପୁର: ଭୋଟ୍ ତାରିଖ ପାଖେଇ ଆସୁଥିବା ବେଳେ ବରଗଡ ପଦ୍ମପୁରର ରାଜନୀତି ସରଗରମ ରହିଛି। ବିଜେଡି-ବିଜେପି ଆକ୍ଷେପ ପ୍ରତିଆକ୍ଷେପ, ଗୁଇନ୍ଦାଗିରି, ଆଇଟି, ଜିଏସଟି ରେଡ୍ ପରେ ଏବେ ଅପହରଣ ଅଭିଯୋଗ ଆସିଛି। ଝାରବନ୍ଧର ବିଜେପି ମଣ୍ଡଳ ସଭାପତି ଦିଲ୍ଲୀପ ସେନାପତିଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଆଉ ବିଜେଡି ବିଧାୟକ ବନ୍ଧୁକ ମୁନରେ ସଂପୃକ୍ତ ବିଜେପି ନେତାଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି।

ଝାରବନ୍ଧ ଥାନାରେ ଏ ନେଇ ବିଜେପି ନେତା ମିଲନ ପାଣ୍ଡେ ଏବଂ କିଛି ସହଯୋଗୀ ଏତଲା ଦେଇଛନ୍ତି। ଯେଉଁଥିରେ ସେ କହିଛନ୍ତି, ସଂଧ୍ୟା 7ଟା 30 ମିନିଟ ସମୟରେ ଦିଲ୍ଲୀପ ସେନାପତି ବନ୍ଧୁକ ମୁନରେ ଅପହରଣ ହୋଇଛନ୍ତି। ଲାଞ୍ଜିଗଡ଼ର ବିଧାୟକ ପ୍ରଦୀପ ଦିଶାରୀ ଓ ତାଙ୍କର ସହଯୋଗୀ ବନ୍ଧୁକମୁନରେ ଏହି ଅପହରଣ କରିଛନ୍ତି। ଏକ ଧଳା ରଙ୍ଗର ଇନୋଭା କାରରେ ଆସି ବିଧାୟକ ଏବଂ କିଛି ଦୁର୍ବୃତ୍ତମାନେ ଦିଲ୍ଲୀପଙ୍କୁ ବନ୍ଧୁକ ଦେଖାଇ ବଳପୂର୍ବକ ଉଠାଇ ନେଇ ଅପହରଣ କରି ନେଇଛନ୍ତି। ଦିଲ୍ଲୀପଙ୍କ ଘର ସୁନ୍ଦରଗଡ ବୋଲି ବିଜେପି କର୍ମୀ ଥାନାରେ ଦେଇଥିବା ଏଫଆଇଆରରେ ଉଲ୍ଲେଖ କରିଛନ୍ତି। ଏବେ ଦିଲ୍ଲୀପଙ୍କ ମୋବାଇଲ ସୁଇଚ୍ ଅଫ ରହିଛି। ତାଙ୍କର କୌଣସି ଖୋଜ୍ ଖବର ମିଳୁନାହିଁ। ଜୀବନ ପ୍ରତି ବିପଦ ଥିବା ବିଜେପି ଦାବି କରିଛି।

Leave A Reply

Your email address will not be published.