Latest Odisha News

BREAKING NEWS

ପିଟି ଉଷା ହେଲେ ଆଇଓଏର ପ୍ରଥମ ମହିଳା ସଭାପତି

ନୂଆଦିଲ୍ଲୀ: ମହାନ ଆଥଲେଟ ପିଟି ଉଷା ପ୍ରଥମ ମହିଳା ଭାବେ ଭାରତୀୟ ଅଲିମ୍ପିକ ଆସୋସିଏଶନର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିଲା । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ବିଜୟ ନେଇ ଉଷାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଭାରତର ପାୟୋଲି ଏକ୍ସପ୍ରେସ ଓ ଗୋଲ୍ଡେନ ଗର୍ଲ ଭାବେ ପରିଚିତ ଉଷା ନଭେମ୍ବର ୨୬ରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ନିର୍ବାଚନର ଫଳାଫଳ ଡିସେମ୍ବର ୧୦ରେ ବାହାରିବାକୁ ଥିଲା । ଉଷାଙ୍କ ବିପକ୍ଷରେ କେହି ପ୍ରାର୍ଥୀ ହୋଇ ନ ଥିବାରୁ ତାଙ୍କୁ ଆଗୁଆ ବିଜୟୀ ଘୋଷିତ କରାଯାଇଛି ।

ଭାରତର ଏହି ଷ୍ଟାର ଆଥଲେଟ ଏସିଆନ ଗେମ୍ସରେ ୪ ସ୍ୱର୍ଣ୍ଣ ଓ ୭ ରୌପ୍ୟ ପଦକ ଜିତିଥିଲେ । ସେହିପରି ଏସିଆନ ଚାମ୍ପିୟନଶିପରେ ୧୪ ସ୍ୱର୍ଣ୍ଣ ସହ ୨୩ ପଦକ ଜିତିଛନ୍ତି । ୧୯୮୪ରେ ସେ ୪୦୦ ମିଟର ହର୍ଡଲ୍ସରେ ଅଳ୍ପକେ ବ୍ରୋଞ୍ଜ ପଦକ ହାସଲରୁ ବଂଚିତ ହୋଇଥିଲେ ।

Leave A Reply

Your email address will not be published.