Latest Odisha News

ଦୁଷ୍କର୍ମକୁ ପ୍ରଚାର କରୁଥିବା ‘ସଟ୍’ ବଡି ସ୍ପ୍ରେ ବିଜ୍ଞାପନ ସୋସିଆଲ ମିଡ଼ିଆରୁ ହଟାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସୋସିଆଲ ମିଡିଆରୁ ‘ଲେୟର ସଟ୍’ ବଡି ସ୍ପ୍ରେ ବିଜ୍ଞାପନ ହଟାଇବାକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଟ୍ୱିଟର ଓ ୟୁଟୁବକୁ ନିର୍ଦ୍ଦେଶ ଦେଇଛି । ଏହି କମ୍ପାନୀର ଦୁଇଟି ଭିଡିଓ ନିକଟରେ ରିଲିଜ ହୋଇଥିଲା । ଯାହା ଟ୍ୱିଟର ଓ ୟୁଟୁବରେ ରିଲିଜ କରାଯାଇଥିଲା । ଅଶ୍ଳୀଳତା ଭରି ରହିଥିବାରୁ ଏହାକୁ ଅନେକ ଲୋକ ପସନ୍ଦ କରିଛନ୍ତି ।

ସେପଟେ ଭିଡିଓଟି ମହିଳାଙ୍କ ପ୍ରତି ଅପମାନଜନକ ଏବଂ ଦୁଷ୍କର୍ମକୁ ପ୍ରସାର କରୁଥିବା ଭଳି ଚିତ୍ରଣ କରାଯାଇଥିବାରୁ ଏହାକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ‘ସଟ୍’ ନାମକୁ ହିଁ ଏଥିରେ ଅଶ୍ଳୀଳ ଇଙ୍ଗିତ କରାଯାଇ ବିଜ୍ଞାପନକୁ ଚିତ୍ରଣ କରାଯାଇଛି ।

ଆଡଭରଟାଇଜିଙ୍ଗ ଷ୍ଟାଣ୍ଡାର୍ଡ କାଉନସିଲ ଅଫ୍ ଇଣ୍ଡିଆ ଏହି ଭିଡିଓ ଦୁଇଟିକୁ ସସପେଣ୍ଡ କରିବା ସହ ଏ ସଂପର୍କରେ ଏକ ତଦନ୍ତ ଆରମ୍ଭ କରିଛି । ତଦନ୍ତ ଫଳାଫଳ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଦିଲ୍ଲୀ ମହିଳା କମିଶନ ମୁଖ୍ୟ ଏନେଇ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିବା ସହ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟକୁ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଲେଖି ଜଣାଇଛନ୍ତି । ପରଫ୍ୟୁମ୍ କମ୍ପାନୀର ମାଲିକ ଏଭଳି କଦର୍ଯ୍ୟ ଭିଡିଓ ପାଇଁ ଉତ୍ତରଦାୟୀ ହେବା ଉଚିତ୍ ବୋଲି ସ୍ୱାତି ମାଲିୱାଲ ଟ୍ୱିଟରରେ ଲେଖିଛନ୍ତି ।

Leave A Reply

Your email address will not be published.