Latest Odisha News

BREAKING NEWS

୧୩୫ ପ୍ରକାରର ପଗଡି ବାନ୍ଧି ରେକର୍ଡ ସୃଷ୍ଟି କରିଛନ୍ତି ବିକାନେର କଳାକାର

ବିକାନେର: ରାଜସ୍ଥାନରେ ରଙ୍ଗ ବେରଙ୍ଗର ପଗଡି ଦେଖିବାକୁ ମିଳେ । ଯାହାକି ସାରା ଦୁନିଆ ଲୋକଙ୍କୁ ଆକର୍ଷିତ କରିଥାଏ । ବିକାନେରରେ ଜଣେ ଏମିତି କଳାକାର ଅଛନ୍ତି, ଯିଏକି ପଗଡି ବାନ୍ଧିବା କଳାରେ ନିପୁଣ । ସେ ବ୍ୟକ୍ତି ‘ପଗଡି କିଙ୍ଗ’ ନାମରେ ମଧ୍ୟ ପ୍ରସିଦ୍ଧ । ଏଭଳି ପ୍ରତିଭା ଦେଖି ସମସ୍ତେ ତାଙ୍କର ପ୍ରଶଂସା କରନ୍ତି ।

ରାଜସ୍ଥାନ ରଙ୍ଗ ଓ ପରମ୍ପରାର ସହର । ଏଠାକାର ରଙ୍ଗ ବେରଙ୍ଗ ପଗଡି ରୟାଲ ରାଜସ୍ଥାନର ପ୍ରତୀକ ହୋଇଥାଏ । ରାଜା ମହାରାଜଙ୍କ ସମୟରେ ପଗଡିର ଏକ ମହତ୍ୱ ଥିଲା । ଏବଂ ଆଜି ମଧ୍ୟ ବିଭିନ୍ନ ପର୍ବପର୍ବାଣୀ ଓ ବିବାହ ଉତ୍ସବରେ ଲୋକ ଏହାକୁ ଗର୍ବର ପ୍ରତୀକ ରୂପେ ପିନ୍ଧନ୍ତି । କିନ୍ତୁ ଏହି ପଗଡି ଗୁଡିକୁ ସୁନ୍ଦର ରୂପ ଓ ରଙ୍ଗ ଦିଅନ୍ତି କଳାକାର । ଏମିତି ଏକ କଳାକାର ଅଛନ୍ତି ଯାହାଙ୍କ ନାଁ ହେଉଛି କିଶନ ଚନ୍ଦ୍ର ପୁରୋହିତ ।

କିଶନ ୧୩୫ ପ୍ରକାରର ପଗଡି ବାନ୍ଧିବାରେ ନିପୁଣ ଅଛନ୍ତି । ଯେମିତି ବି ପଗଡି ହେଉ ଆଖି ପିଛୁଳାକେ ବାନ୍ଧି ପକାନ୍ତି । ତାଙ୍କୁ ‘ପଗଡି କିଙ୍ଗ’ ନାମରେ ସମସ୍ତେ ଜାଣନ୍ତି । ଏକ ମିନିଟରେ ଗୋଟିଏ ପଗଡି ବାନ୍ଧିବାର ରେକର୍ଡ କିଶନଙ୍କ ନାଁରେ ଅଛି ।

Leave A Reply

Your email address will not be published.