Latest Odisha News

BREAKING NEWS

ଛାତ୍ରୀଙ୍କୁ ଗୁଳିମାଡ ଘଟଣାରେ ଟ୍ୱିଷ୍ଟ; ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଭୁବନେଶ୍ୱର: ରାଜଧାନୀର ଇନଫୋସିଟି ଅଞ୍ଚଳରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି (ନିଫ୍ଟ)ର ଛାତ୍ରୀଙ୍କୁ ଗୁଳି ମାଡ ଘଟଣା ସୋମବାର ଦିନ ଏକ ରୋଚକ ମୋଡ ନେଇଛି ।

ଏହାବ୍ୟତିତ ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି ଯେ ଅଭିଯୁକ୍ତ ଜଣକ ଆଶିଷ ନାୟକ ହୋଇଥିବା ବେଳେ ସେ ବଜରଙ୍ଗ ବିହାରରେ ଭଡାଘରକୁ ଆସିଥିଲେ । ଯେଉଁଠି ତାଙ୍କ ପ୍ରେମିକା ରହୁଥିଲେ । ଆଶିଷ ତାଙ୍କୁ ଏକ ବନ୍ଧୁକ ଦେଖାଇଥିଲେ । ତେବେ ଭୁଲବଶତଃ ବନ୍ଧୁକ ଫୁଟିଯିବାରୁ ଉକ୍ତ ଛାତ୍ରୀଙ୍କ ଗଂଘ ଓ ଗୋଡରେ ବାଜିଥିଲା ବୋଲି ଅଭିଯୁକ୍ତ ଜଣକ ପ୍ରକାଶ କରିଥିଲା ।

ଆଶିଷର ବୟାନ ରେକର୍ଡ ପରେ ତାକୁ ଗିରଫ କରାଯାଇଥିବା ନେଇ ଡିସିପି ସୂଚନା ଦେଇ କହିଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣକ ଜଣେ ଅସାମାଜିକ ଯୁବକ ହୋଇଥିବା ବେଳେ ନିକଟରେ ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ବୋମାମାଡ ଘଟଣାରେ ସେ ସାମିଲ ରହିଥିଲା ।

ତେବେ ଆହତ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ କଳିଙ୍ଗ ହସ୍ପିଟାଲ ସୁତ୍ରରୁ ପ୍ରକାଶ ।

 

Leave A Reply

Your email address will not be published.