Latest Odisha News

BREAKING NEWS

ଜନ୍ମମାଟିରେ ଓଡିଆ ପୁଅ କିଶୋର ଜେନାଙ୍କୁ ଭବ୍ୟ ସ୍ବାଗତ: ମହାପ୍ରଭୂଙ୍କୁ ଦର୍ଶନ ସହ କଲେ ଆଶିଷ ଭିକ୍ଷା

ପୁରୀ: ଶ୍ରୀକ୍ଷେତ୍ର ମାଟିରେ ଜାଭଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରିଥିବା ଓଡିଆ ପୁଅ କିଶୋର ଜେନା । ଆଜି ଶ୍ରୀକ୍ଷେତ୍ର ମାଟିରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତଥା ପୁରୀର ଅଗଣିତ କ୍ରୀଡା ପ୍ରେମୀ ଓ ସଂଗଠକ ମାନଙ୍କ ପକ୍ଷରୁ କିଶୋରଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆଗାମୀ ଅଲମ୍ପିକ କ୍ରୀଡାରେ ଭଲ ପ୍ରଦର୍ଶନ କରିବା ପାଇଁ ଗୁହାରୀ କରିଛନ୍ତି କିଶୋର  । କିଶୋର ପୁରୀ ମାଟି ପାଇଁ ଗର୍ବ ଓ ଗୌରବ ବୋଲି ସଭିଏଁ ମତ ରଖିଛନ୍ତି ।

ସେପଟେ ମହାପ୍ରଭୁଙ୍କୁ ଦର୍ଶନ ପରେ ସେ ନିଜ ଜନ୍ମମାଟି ବ୍ରହ୍ମଗିରି କୁ ଯାଇଛନ୍ତି । ସେଠାରେ ମଧ୍ୟ କିଶୋରଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏବଂ ଦୀର୍ଘ ଦିନ ପରେ ନିଜ ଘରକୁ ଫେରିଥଇବାରୁ କିଶୋରଙ୍କ ପସନ୍ଦର ଖାଦ୍ୟ ପଖାଳ ଭାତ ଓ ଡାଲମା ସହ ବିଭିନ୍ନ ପିଠା ପଣା ଆଦି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିବା ଦେଖିବାକୁ ମିଳିଛି  । ଆଗାମୀ ଦିନରେ ଅଲମ୍ପିକ କ୍ରୀଡାରେ ଉନ୍ନତ ମାନର ପ୍ରଦର୍ଶନ ଜାରି ରଖି ଦେଶ ତଥା ଜାତିର ଟେକ ରଖିବେ ବୋଲି କିଶୋରଙ୍କ ପରିବାର ବେଶ ଆଶାବାଦୀ ଥିବା ମତ ରଖିଛନ୍ତି  ।  

Leave A Reply

Your email address will not be published.