Latest Odisha News

BREAKING NEWS

ଆଜି କୋଲକାତା ଓ ଦିଲ୍ଲୀ ମଧ୍ୟରେ ମୁକାବିଲା

ଅହମ୍ମଦାବାଦ: ଚଳିତ ଆଇପିଏଲରେ ଆଜି କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ । ଖରାପ ପ୍ରଦର୍ଶନ ଜାରି ରଖିଥିବା କୋଲକାତା ତାର ଶେଷ ମ୍ୟାଚରେ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରି ଫର୍ମକୁ ଫେରିବା ସଙ୍କେତ ଦେଇଛି । କୋଲକାତା ୬ ମ୍ୟାଚରୁ ୨ଟିରେ ବିଜୟ ହାସଲ କରିଛି । ଅପରପକ୍ଷରେ ରିଷଭ ପନ୍ତଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ପ୍ରଦର୍ଶନ ଜାରୀ ରଖିଛି । ଦଳର ୩ ପ୍ରମୁଖ ବ୍ୟାଟ୍ସମ୍ୟାନ ଶିଖର ଧାୱନ, ପୃଥ୍ୱୀ ଶ ଓ ରିଷଭ ପନ୍ତଙ୍କ ଫର୍ମ କୋଲକାତା ବୋଲରଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ ।

ଆଇପିଏଲରେ ଓଭରାଲ ଉଭୟ ଦଳ ମଧ୍ୟରେ ୨୬ ମ୍ୟାଚ ଖେଳାଯାଇଛି । କୋଲକାତା ୧୪ ଓ ଦିଲ୍ଲୀ ୧୧ ମ୍ୟାଚରେ ବିଜୟୀ ହୋଇଛି । ଗୋଟିଏ ମ୍ୟାଚର ଫଳାଫଳ ବାହାରି ପାରି ନାହିଁ ।

Leave A Reply

Your email address will not be published.