Latest Odisha News

ସ୍ଥିତି ଦେଖି ପ୍ରସ୍ତୁତ ହେଉଛି ଯୋଜନା, ଏବେ ଆବଶ୍ୟକ ନାହିଁ ଲକଡାଉନ୍: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରଣ ୬ ହଜାର ଉପରେ ରହିଛି । ତେବେ, ଅଧିକାଂଶ ରୋଗୀ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ଏବେ ରାଜ୍ୟରେ ଉପଲବ୍ଧ ଥିବା ଶଯ୍ୟାରୁ ୪୩ ପ୍ରତିଶତ ଜେନେରାଲ ବେଡ୍, ୬୩ ପ୍ରତିଶତ ICU ବେଡ୍ ଓ ୩୫ ପ୍ରତିଶତ ଭେଣ୍ଟିଲେଟରରେ ରୋଗୀ ଚିକିତ୍ସିତ ହେଉଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ପଶ୍ଚିମ ଓଡ଼ିଶାରେ ଅଧିକ ସଂକ୍ରମିତ ଥିବାରୁ ସେଠାରେ ଅଧିକ ରୋଗୀ ଆଡମିଟ୍ ହେଉଛନ୍ତି । ସେଠାରେ ଏଡିଏମ୍, ନୋଡାଲ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ରାଜ୍ୟ ନୋଡାଲ ଅଧିକାରୀ ସ୍ଥିତି ମନିଟର କରୁଛନ୍ତି । ଗୋଟିଏ ଦିନର ରୋଗୀ ସଂଖ୍ୟା ଦେଖି ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ୧୫ ଦିନର ତଥ୍ୟ ଦେଖି ସମୀକ୍ଷା କରିବା ଆବଶ୍ୟକ । ରୋଗ ହେଲେ ମୃତ୍ୟୁ ନିଶ୍ଚିତ ହେବ । ହେଲେ ଅନ୍ୟ ରାଜ୍ୟ ଠାରୁ ଓଡ଼ିଶାର ସ୍ଥିତି ଭଲ ରହିଛି । କେନ୍ଦ୍ର ସରକାରଙ୍କ ଏକ୍ସପର୍ଟ କମିଟି ଓ ରାଜ୍ୟ ସରକାରଙ୍କ ଏକ୍ସପର୍ଟ କମିଟିଙ୍କ କଥା ଶୁଣନ୍ତୁ ।

ସୋସିଆଲ ମିଡିଆ କଥା ବିଶ୍ୱାସ କରନ୍ତୁ ନାହିଁ । କଣ୍ଟାକ୍ଟ ଟ୍ରେସିଂ ଯୋଗୁଁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । ଆମର ସର୍ଭେଲାନ୍ସ ହିଁ ମୁଖ୍ୟ ଅସ୍ତ୍ର । ଯାହାର ଲକ୍ଷଣ ଦେଖାଦେବ, ପରୀକ୍ଷା ହେବ । ସଟଡାଉନ୍ସ ଲକଡାଉନର ଆବଶ୍ୟକତା ଦେଖାଯାଉନି । ସ୍ଥାନୀୟ ଗହଳି ଅଞ୍ଚଳକୁ ଅଧିକ ପ୍ରାଥମିକତା ଦେଉଛୁ । ସେଠାରେ ସ୍ଥିତି ନିୟନ୍ତ୍ରଣ ପାଇଁ ଆମେ ଆମ ଯୋଜନା ପରିବର୍ତ୍ତନ କରୁଛୁ । ଭୁବନେଶ୍ୱର ଓ କଟକରେ ପ୍ରବାସୀଙ୍କ ସଂଖ୍ୟା ଅଧିକ ଥିବାରୁ, କେସ୍ ବଢୁଛି ଓ ବଢ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Leave A Reply

Your email address will not be published.