Latest Odisha News

BREAKING NEWS

ବ୍ରୁକ୍ସଙ୍କ ଶତକ: କୋଲକାତା ସମ୍ମୁଖରେ ୨୨୯ ରନର ଲକ୍ଷ୍ୟ

ଇଡେନଗାର୍ଡେନ: ଏଠାରେ ଶୁକ୍ରବାର ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୨୨୯ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ହ୍ୟାରୀ ବ୍ରୁକସ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ୫୫ ବଲରେ ୧୨ ଚୌକା ଓ ୩ଛକା ବଳରେ ୧୦୦ ରନ ସଂଗ୍ରହ କରିଥିଲେ । ତାଙ୍କ ଇନିଂସ ବଳରେ ହାଇଦ୍ରାବାଦ ୪ ୱିକେଟ ହରାଇ ୨୨୮ ରନ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଆଡାନ ମାର୍କରାମ ୫୦ ଓ ଅଭିଷେକ ବର୍ମା ୩୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଆନ୍ଦ୍ରେ ରସେଲ କୋଲକାତା ସମ୍ମୁଖରେ ୩ଟି ୱିକେଟ ଅକ୍ତିଆର କରିଥିଲେ ।

BjdElectrycity

କୋଲକାତା ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ହାଇଦ୍ରାବାଦ ଟିମ ୩ଟି ମ୍ୟାଚରେ ୨ ଏବଂ କୋଲକାତା ସମାନ ସଂଖ୍ୟକ ମ୍ୟାଚରେ ୪ ପଂଏଟ ହାସଲ କରିଛି ।

Leave A Reply

Your email address will not be published.