Latest Odisha News

BREAKING NEWS

ଲକ୍ଷ୍ନୌକୁ ୮ ୱିକେଟରେ ପରାଜିତ କଲା କୋଲକାତା

କୋଲକାତା: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ୮ ୱିକେଟରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୧୬୨ ରନର ଲକ୍ଷ୍ୟ ପ୍ରଦାନ କରିଥିଲା । କେକେଆର ୧୫.୪ ଓଭରରେ ୨ଟି ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ସହଜରେ ହାସଲ କରି ନେଇଥିଲା । ଫିଲିପ ସଲ୍ଟ ମ୍ୟାଚ ବିଜୟୀ ୮୯ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଶ୍ରେୟାଶ ଆୟାର ଗୁରୁତ୍ୱପୂର୍ଣ୍ଣ ୩୮ ରନ କରିଥିଲେ । ପୂର୍ବରୁ କେକେଆରର ଠିକଣା ବୋଲିଂ ଆଗରେ ଲକ୍ଷ୍ନୌ ବ୍ୟାଟ୍ସମ୍ୟାନ ଫେଲ ମାରିଥିଲେ ।

ନିକୋଲସ ପୂରନ ଶେଷ ଭାଗରେ ୪୫ ରନର ଇନିଂସ ଖେଳିବା ଯୋଗୁ ଦଳ ୧୫୦ରୁ ଊର୍ଦ୍ଧ୍ୱ ସ୍କୋର କରିପାରିଥିଲା । ମିଚେଲ ଷ୍ଟାର୍କ ୩ଟି ୱିକେଟ ନେଇଥିଲେ । ଲକ୍ଷ୍ନୌ ୬ ମ୍ୟାଚରୁ ୬ ପଂଏଟ ହାସଲ କରିଥିବା ବେଳେ କେକେଆର ୫ ମ୍ୟାଚରୁ ୮ ପଂଏଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି । ସଲ୍ଟ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.