Latest Odisha News

BREAKING NEWS

ପୁରୀରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ, ୧୦୮୩ ପଦବୀ ଖାଲି

ପୁରୀ: ପୁରୀ ଶ୍ରୀମନ୍ଦିର ସୁରକ୍ଷା ଓ ଦର୍ଶନ ଗହଳିକୁ ଶୃଙ୍ଖଳିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ହୋଇଛି । ଏଥିପାଇଁ ମୋଟ ୧୦୮୩ ପଦବି ସୃଷ୍ଟି କରାଯାଇଛି । ଏଥିରେ ବିଭିନ୍ନ ବର୍ଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ନିୟୋଜିତ କରାଯିବ ।

ଏହି ପଦବି ମଧ୍ୟରେ ରହିଛି ଷ୍ଟେଟ ଆର୍ମଡ କ୍ୟାଡରରୁ ଗୋଟିଏ କମାଣ୍ଡାଣ୍ଟ, ୨ଟି ଡେପୁଟି କମାଣ୍ଡାଣ୍ଟ, ୧୦ଟି ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ,୮ ଇନ୍ସପେକ୍ଟର, ୩୧ ସବ ଇନ୍ସପେକ୍ଟର, ୨୪ ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର ପଦବି । ସେହିଭଳି ଷ୍ଟେଟ କ୍ୟାଡର ଅଫ ସିଭିଲ ପୋଲିସରୁ ଗୋଟିଏ ସବ ଇନ୍ସପେକ୍ଟର, ୨ଟି ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର, ଗୋଟିଏ ସବ ଇନ୍ସପେକ୍ଟର (ଆର୍ମୋରର), ଗୋଟିଏ ହାବିଲଦାର (ଆର୍ମୋରର), ୨ଟି ଆସିଷ୍ଟାଣ୍ଟ ଆର୍ମୋରର, ୧ସବଇନ୍ସପେକ୍ଟର (କମ୍ୟୁନିକେସନ) , ୪ ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର (କମ୍ୟୁନିକେସନ) ନିଯୁକ୍ତ ହେବେ ।

ଏହାବାଦ ରାଜ୍ୟ ପିଏମଟି କ୍ୟାଡରରୁ ଜଣେ ସବ ଇନ୍ସପେକ୍ଟର ଏମଟି, ୯ ଡ୍ରାଇଭର ହାବିଲଦାର, ୧୮ ଡ୍ରାଇଭର ପଦବି ପୂରଣ ହେବ । ଫଳରେ ରୋଜଗାର ମଧ୍ୟ ସୃଷ୍ଟି ହେବ । ଏହାବାଦ ହାବିଲଦାର ୨୪୦, ବାଟାଲିଆନ କ୍ୟାଡରରୁ ସିପାହୀ ୭୨୦ ଜଣ ନିଯୁକ୍ତ ହେବେ । ଡିପିଓ କ୍ୟାଡରରୁ ମୁଖ୍ୟ କିରାଣି, ବରିଷ୍ଠ କିରାଣି ଓ ବରିଷ୍ଠ ଷ୍ଟେନୋଗ୍ରାଫର ପଦବି ପୂରଣ ହେବ ।

ଏହି ନିଯୁକ୍ତି ପ୍ରକ୍ରିୟା କମିଟିରେ ଅଧ୍ୟକ୍ଷ ଅତିରିକ୍ତ ପୋଲିସ ଡିଜି, ସଦସ୍ୟ ଭାବେ ଆଇଜି, ଡିଆଇଜି କେନ୍ଦ୍ରାଞ୍ଚଳ ରେଞ୍ଜ, ପୁରୀ ଏସପି ଓ ଡିଜିପିଙ୍କ ଦ୍ୱାରା ମନୋନୀତ ଆଇଜି, ଡିଆଇଜି, ଏସପି କିମ୍ବା କମାଣ୍ଡାଣ୍ଟ ରାଙ୍କର ଅଧିକାରୀ ରହିବେ ବୋଲି ସୂଚନା ରହିଛି ।

Comments are closed.