Latest Odisha News

BREAKING NEWS

ବିବାହରେ ବିଳମ୍ବ ହେଉଛି କି ? ଥରେ ଆସନ୍ତୁ ମାଆଙ୍କ ଦରବାର , ପୂର୍ଣ୍ଣ ହେବ ସବୁ ମନସ୍କାମନା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ତାହାର ଏୗତିହାସିକ ସଂସ୍କୃତି ଏବଂ ବିବିଧତା ଯୋଗୁଁ ପ୍ରସିଦ୍ଧିଲାଭ କରିଛି । ଏଠାରେ ଅନେକ ମଠ , ମନ୍ଦିର ରହିଛି  । ସେଥିମଧ୍ୟରୁ ଗୋଟିଏ ସ୍ଥାନ ହେଉଛି ମା ମସାନୀ ଦେବୀଙ୍କ ମନ୍ଦିର  । ଦେଶର କୋଣ ଅନୁକୋଣରୁ ମାଙ୍କୁ ଦର୍ଶନ କରିବାକୁ ଏଠାକୁ ଭକ୍ତଙ୍କ ସୁଅ ଛୁଟେ  । ମା ମସାନୀ ଦେବୀଙ୍କ ଇତିହାସ ବହୁ ପୁରୁଣା  । ମନ୍ଦିର ପୁରୋହିତଙ୍କ କହିବା ମୂତାବକ ବହୁ ବର୍ଷ ପୂର୍ବେ ଦିନେ ଏକ ଯାଜାବର ଦଳ ଏଠାରୁ ମାଙ୍କ ମୂର୍ତ୍ତି ନେଇ ଚାଲିଯିବାକୁ ଉଦ୍ୟମ କରୁଥିଲେ ।

BjdElectrycity

ମାତ୍ର ସେମାନେ ସେହି ସ୍ଥାନରୁ ମାଙ୍କ ମୂର୍ତ୍ତି ଉଠାଇପାରିନଥିଲେ । ସେହିଦିନଠାରୁ ମାଆଙ୍କ ମୂର୍ତ୍ତି ଏଠାରେ ସ୍ଥାପିତ ହୋଇଛି ।  ସାଧାରଣତଃ ଯେଉଁ ଲୋକମାନଙ୍କର ବିବାହରେ ବିଳମ୍ବ ହୁଏ କିମ୍ବା ଯେଉଁ ଦମ୍ପତ୍ତି ମାନେ ସନ୍ତାନହୀନ ଅଟନ୍ତି , ସେମାନେ ମାଙ୍କ ନିକଟକୁ ଆସି ସନ୍ତାନ ପ୍ରାପ୍ତି ସୁଖ ପ୍ରାପ୍ତି କରନ୍ତି  । ଚାରବାଗ୍ ରେଳଷ୍ଟେସନରୁ ଅଟୋ କିମ୍ବା କ୍ୟାବ୍ ଯୋଗେ ଆପଣ ଏହି ମନ୍ଦିରରେ ସହଜରେ ପହଞ୍ଚିପାରିବେ । ବିଶ୍ବାସ ରହିଛି ଯିଏ ଶୁଦ୍ଧପୁତ୍ତ ମନରେ ମାଙ୍କୁ ଆରାଧନା କରିଛି , ମାଆ ତାକୁ କେବେ ନିରାଶ କରିନାହାନ୍ତି  । ସବୁ ମନସ୍କାମନା ପୂର୍ଣ୍ଣ କରନ୍ତି ମାଆ ମସାନୀ ।

Leave A Reply

Your email address will not be published.