Latest Odisha News

BREAKING NEWS

୮୮ ବର୍ଷରେ ପାଦ ଥାପିଲେ ଧର୍ମେନ୍ଦ୍ର, ବିଭିନ୍ନ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ପରିବାର

ମୁମ୍ବାଇ: ନିକଟରେ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ ରେ ନଜର ଆସିଥିବା ଧର୍ମେନ୍ଦ୍ର ଏକ ଦୀର୍ଘ ବଲିଉଡ ଇନିଂସ ଖେଳିଛନ୍ତି । ଆଜି ଧର୍ମେନ୍ଦ୍ର ତାଙ୍କର ୮୮ ତମ ଜନ୍ମଦିନ ପାଳନ କରୁଛନ୍ତି । କିନ୍ତୁ ଏହି ବୟସରେ ମଧ୍ୟ ସେ ଅଭିନୟ ଜଗତରେ ଆକ୍ଟିଭ ଅଛନ୍ତି । ଧର୍ମେନ୍ଦ୍ର ୧୯୩୫ ମସିହା ଡିସେମ୍ବର ମାସ ଆଜିର ଦିନରେ ପଞ୍ଜାବର ନସରିଲରେ ଜନ୍ମଗ୍ରହଣ କରିଥିଲେ । ଆଜି ଅଭିନେତାଙ୍କ ଜନ୍ମଦିନର ବିଶେଷ ଉତ୍ସବରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ଓ ପରିବାର ସଦସ୍ୟ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଦେଓଲ ପରିବାର କିପରି ଜନ୍ମଦିନରେ ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସର୍ବପ୍ରଥମେ, ଧର୍ମେନ୍ଦ୍ରଙ୍କ ପତ୍ନୀ ହେମା ମାଳିନୀ ଯିଏ ତାଙ୍କ ଜନ୍ମଦିନର ବିଶେଷ ମୁହୁର୍ତ୍ତରେ ଏର ରୋମାଣ୍ଟିକ ପୋଷ୍ଟ ଲେଖି ତାଙ୍କ ସ୍ୱାମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ହେମା ଟ୍ୱିଟରରେ ଧର୍ମେନ୍ଦ୍ରଙ୍କ ସହ ନିଜର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଦୁହେଁ ବହୁତ ଖୁସି ଥିବା ଦେଖାଯାଉଛନ୍ତି । ଏହି ଫଟୋ ସେୟାର କରିବାବେଳେ ହେମା କ୍ୟାପସନରେ ଲେଖିଛନ୍ତି – ‘ମୋର ପ୍ରିୟ ପାର୍ଟନରଙ୍କୁ ଆହୁରି ଅନେକ ବର୍ଷର ସୁଖ, ସ୍ୱାସ୍ଥ୍ୟ ଏବଂ ଆନନ୍ଦ ମିଳୁ । ମୁଁ କେବଳ ଏତିକି କହିବାକୁ ଚାହେଁ, ତୁମେ ମୋ ପାଇଁ କେତେ ସ୍ପେଶାଲ କାଶ୍ ତୁମେ ତାହା ଦେଖି ପାରନ୍ତ । ମୋର ସାଥୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଏପରି କହି ହେମା ଧର୍ମେନ୍ଦ୍ରଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଧର୍ମେନ୍ଦ୍ରଙ୍କ ପୁଅ ସନ୍ନି ଦେଓଲ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ସନ୍ନି ତାଙ୍କ ବାପାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଧର୍ମେନ୍ଦ୍ରଙ୍କୁ ଖୁସି ହୋଇ କୁଣ୍ଢାଇ ଧରିଛନ୍ତି ଏବଂ ଧର୍ମେନ୍ଦ୍ର ମଧ୍ୟ ଖୁବ୍ ଖୁସି ଥିବା ନଜର ଆସିଛନ୍ତି ।

ଜନ୍ମଦିନର ବିଶେଷ ମୁହୁର୍ତ୍ତରେ ପୁଅ ବବି ଦେଓଲ ଧର୍ମେନ୍ଦ୍ରଙ୍କ ସହ ଏକ ଅନ ସିନ୍ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପିତାଙ୍କୁ ହଗ୍ କରି କିସ୍ ଦେଉଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର କରିବାବେଳେ ବବି ଦେଓଲ୍ କ୍ୟାପସନରେ ଲେଖିଥିଲେ – ‘ମୁଁ ତୁମକୁ ଅଧିକ ଭଲ ପାଏ’ । ଏହାସହ ସେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.