Latest Odisha News

BREAKING NEWS

ଓମକୁ ବଞ୍ଚାଇଦେଲା ଉପସ୍ଥିତ ବୁଦ୍ଧି

ଯାଜପୁର : ବୁଦ୍ଧି ଥିଲେ ଉପାୟ ଆପେ ଆସେ  । ଅସୁବିଧା ସମୟରେ ଉପସ୍ଥିତ ବୁଦ୍ଧି ଆମକୁ ବଡ ବିପତ୍ତିରୁ ରକ୍ଷା କରିଥାଏ  । ସେମିତି କିଛି ଘଟଣା ଘଟିଛି ଓମ୍ ସହିତ  । ନିଜର ଉପସ୍ଥିତ ବୁଦ୍ଧି ଆଜି ଓମକୁ ଦୁର୍ବୁତ୍ତ ମାନଙ୍କ କବଳରୁ ରକ୍ଷା କରିଛି । ଓମ୍ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ଚୋରମୁହାଁ ଗାଁର ସୁଶାନ୍ତ ବେହେରାଙ୍କ ପୁଅ । ବୟସ ମାତ୍ର ୧୦ କି ୧୧ ବର୍ଷ ହେବ । ପୁରା ନାଁ ଓମ୍ ସାଇ ପ୍ରସାଦ  । ଓମ୍ କୋଚିଂ ସେଣ୍ଟରରୁ ପାଠ ପଢା ସାରି ଆଦର୍ଶ ସ୍କୁଲକୁ ଯାଉଥିବାବେଳେ କିଛି ଅଜଣା ଦୁର୍ବୁତ୍ତ ବାଇକରେ ଆସି ଓମକୁ କେଉଁଆଡେ ଯାଉଛ ବୋଲି ପଚାରିଥିଲେ ।

ଆଉ ବାଇକରେ ନେଇ ଘରେ ଛାଡିଦେବାକୁ କହିଥିଲେ ।ଏପରିକି ଓମକୁ ଏକ ରୁମାଲ ଦେଇ ମୁହଁର ଝାଳ ପୋଛିବାକୁ କହିଥିଲେ  । ହେଲେ ଓମ୍ ଏଥିରେ ରାଜି ହୋଇନଥିଲା ।  ହଠାତ୍ ଜଣେ ଯୁବକ ଏଥିରେ ରାଗି ଯାଇ ଏକ ଛୁରୀ ବାହାର କରି  ଓମକୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା  । ହେଲେ ଓମ୍ ସେଠାରୁ ଦୌଡି ପଳାଇଥିଲା ।  ଭାଗ୍ୟକୁ ଏତିକି ବେଳେ ଅଟୋ ଆସିଯିବାରୁ  ଦୁର୍ବୁତ୍ତ ମାନେ ମଧ୍ୟ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଏନେଇ ଓମର ବାପା  ଜାରକା ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.