Latest Odisha News

ର’ ମୁଖ୍ୟ ହେଲେ ବରିଷ୍ଠ ଆଇପିଏସ ରବି ସିହ୍ନା

ନୂଆଦିଲ୍ଲୀ: ଭାରତର ଗୁଇନ୍ଦା ଏଜେନ୍ସି ର’ ମୁଖ୍ୟ ହେଲେ ବରିଷ୍ଠ ଆଇପିଏସ୍ ଅଫିସର ରବି ସିହ୍ନା । ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ନୂଆ ମୁଖ୍ୟ ରବି ସିହ୍ନାଙ୍କୁ ସୋମବାର ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର।  ଛତିଶଗଡ କ୍ୟାଡରର ଏହି ଆଇପିଏସ୍ ଅଫିସର ଆସନ୍ତା ୨ ବର୍ଷ ପାଇଁ ଏହି ଦାୟିତ୍ୱ ସମ୍ଭାଳିବେ ।

ବର୍ତ୍ତମାନ ର’ ମୁଖ୍ୟ ଥିବା ସାମନ୍ତ କୁମାର ଗୋୟଲଙ୍କ କାର୍ଯ୍ୟକାଳ ଜୁନ୍ ୩୦ ତାରିଖରେ ଶେଷ ହେବ ।   ଗୋୟଲଙ୍କ କାର୍ଯ୍ୟକାଳ ଅତ୍ୟନ୍ତ ଭଲ ଥିଲା ।  ପଞ୍ଜାବ କ୍ୟାଡରର ସାମନ୍ତ କୁମାର ଗୋୟଲ ୧୯୮୪ ବ୍ୟାଚ ଆଇପିଏସ । ତାଙ୍କ ସମୟରେ  ଭାରତର ଅନେକ ଉପଲବ୍ଧି ହାସଲ କରିପାରିଥିଲା । ତାଙ୍କରି ସମୟରେ ହିଁ ବାଲାକୋଟ୍ ଏୟାରଷ୍ଟ୍ରାଇକ୍, କାଶ୍ମୀରରୁ ୩୭୦ ଉଚ୍ଛେଦ କରାଯାଇଥିଲା । ଗୋୟଲଙ୍କ ପରେ ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ୍ ଅଫିସର ରବି ସିହ୍ନା ଏହି ଦାୟିତ୍ୱ ସମ୍ଭାଳିବେ ।

ତେବେ କିଏ ଏହି ରବି ସିହ୍ନା ? ରବି ସିହ୍ନା ୧୯୮୮ ବ୍ୟାଚ ଛତିଶଗଡ କ୍ୟାଡରର ଆଇପିଏସ ।  ବର୍ତ୍ତମାନ  କ୍ୟାବିନେଟ୍ ସଚିବାଳୟର ବିଶେଷ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ଅପରେଶନ ଏବଂ ଗୁଇନ୍ଦାଗିରି ଦକ୍ଷତା ପାଇଁ ବେଶ ଜଣାଶୁଣା ।

ରବି ସିହ୍ନା ବିହାରର ଭୋଜପୁର ଜିଲ୍ଲାର ବାସିନ୍ଦା । ସେ ଦିଲ୍ଲୀର ସେଣ୍ଟଷ୍ଟିଫେନ୍ସ କଲେଜରୁ ନିଜର ପାଠପଢା ଶେଷ କରିବା ପରେ  ୧୯୮୮ରେ ଆଇପିଏସ ପାଇ ଭାରତୀୟ ପୁଲିସ ସେବାରେ ସାମିଲ ହୋଇଥିଲେ । ମଧ୍ୟପ୍ରଦେଶ କ୍ୟାଡରରେ ତାଙ୍କୁ ନିଯୁକ୍ତି ମଳିଥିଲା । ୨୦୦୦ ମସିହାରେ ମଧ୍ୟପ୍ରଦେଶରୁ ଛତିଶଗଡ ଅଲଗା ହେବା ପରେ ତାଙ୍କୁ ଏହି କ୍ୟାଡରକୁ ସ୍ଥାନାନ୍ତର କରାଯାଇଥିଲା ।

କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ଏହି ନିଯୁକ୍ତିକୁ ଅନୁମୋଦନ କରିଛି ।

Comments are closed.