Latest Odisha News

BREAKING NEWS

ନୂଆବର୍ଷରେ ବୁଲିଯାଆନ୍ତୁ ଓଡ଼ିଶାର ଏହିସବୁ ଦର୍ଶନୀୟ ସ୍ଥାନ

ଭୁବନେଶ୍ୱର: ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି ।

ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର ମନୋରମ ଦୃଶ୍ୟ ଦେଖିଲେ ମନ୍ତ୍ରମୁଗ୍ଧ ହୋଇଯିବେ ।

ତପ୍ତପାଣି:-

ଓଡ଼ିଶା ପର୍ଯ୍ୟଟନରେ ତପ୍ତପାଣିର ରହିଛି ଏକ ସ୍ବତନ୍ତ୍ର ସ୍ଥାନ । ଗଂଜାମ-ଗଜପତି ଜିଲ୍ଲା ସୀମାନ୍ତରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀରେ ପ୍ରତିଦିନ ପ୍ରାୟ ଲୋକଙ୍କ ଭିଡ ଲାଗିଥାଏ ।
ଏଠାରେ ରହିଛି ଉଷ୍ଣ ପ୍ରସ୍ରବଣ । ଗନ୍ଧକ ଯୁକ୍ତ ଗରମ ପାଣିରେ ଗାଧୋଇବାକୁ ଲୋକଙ୍କ ଗହଳି ଲାଗେ ଏଠାରେ ।

ଏହା ସହିତ ଏଠାରେ ରହିଛି ଏକ ମୃଗ ବିହାର । ହରିଣ ଓ ସମ୍ବର ଆଦି ଜୀବଙ୍କୁ ଅତି ପାଖରେ ଦେଖିବାକୁ ମିଳିଥାଏ । ପ୍ରାକୃତିର ସବୁଜିମା ଏବଂ ଶାନ୍ତ ପରିବେଶକୁ ଦେଖିବାକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି।

ହନୁମାନ ବାଟିକା:-

ଇସ୍ପାତ ସହର ରାଉରକେଲା ଠାରୁ ମାତ୍ର ୬ କି.ମି.ଦୁରରେ ଏହା ଅବସ୍ଥିତ। ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀମାନଙ୍କ ମଧ୍ୟରେ ଏହା ଅନ୍ୟତମ।

ଏହା ୧୩ ଏକର ଜମିରେ ବ୍ୟାପିରହିଥିବା ଯେଉଁଥିରେ ୭୪.୯ ଫୁଟର ଏକ ବିଶାଳ ହନୁମାନ ମୂର୍ତ୍ତି ରହିଛି। ଏହାବ୍ୟତୀତ ଶ୍ରୀ ବିନାୟକ ମନ୍ଦିର,ବାଟ ମଙ୍ଗଳା ମନ୍ଦିର,ଦ୍ୱାଦଶ ଜୋତିର୍ଲିଙ୍ଗ ମନ୍ଦିର,ମା ସରଳା ମନ୍ଦିର,ମା ଗୌରୀ,ଶ୍ରୀ ଜଗନ୍ନାଥ ମନ୍ଦିର,ମା ମହାଲକ୍ଷ୍ମୀ ମନ୍ଦିର,ସନ୍ତୋଷୀ ମା ମନ୍ଦିର,ରାମ ମନ୍ଦିର,ହନୁମାନ ମନ୍ଦିର,ଏବଂ  ସିରିଡି ସାଇ ବାବା ମନ୍ଦିର ।

ପ୍ରତିଦିନ ଏଠାରେ ଭକ୍ତ ତଥା ପର୍ଯ୍ୟଟକ ମାନଙ୍କର ବିପୁଳ ଭିଡ ପରିଲକ୍ଷିତ ହୋଇଥାଏ ।

ସାନଘାଗରା:-

ଓଡ଼ିଶାରେ ଅନେକ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ରହିଛି ସେମଧ୍ୟରୁ ସାନଘାଗରା ପର୍ଯ୍ୟଟକଙ୍କର ଅତିପ୍ରିୟ ପର୍ଯ୍ୟଟନସ୍ଥଳୀ ।

କେନ୍ଦୁଝର ଜିଲ୍ଲାର ସଦରମହକୁମା ଠାରୁ ମାତ୍ର ୬ କିଲୋମିଟର ଦୂରରେ ରହିଛି ଏହି ସାନଘାଗରା । ସାନଘାଗରା ଠାରୁ ୩କି.ମି. ଦୂରରେ ବଡ଼ଘାଗରା ଜଳପ୍ରପାତ ମଧ୍ୟ ରହିଛି । କୁହାଯାଏ, ସାନଘାଗରା ଏକ ଚିରସ୍ରୋତା ଜଳପ୍ରପାତ ।
ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ଏକ କୃତ୍ରିମ ହ୍ରଦ ନିର୍ମାଣ କରାଯାଇ ନୌବିହାରର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.