Latest Odisha News

BREAKING NEWS

ଓଡିଶା ଗସ୍ତରେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଓଡିଶା ଗସ୍ତରେ ଶୁକ୍ରବାର ଦିନ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ।

ଆଉ କିଛିସମୟ ପରେ ଉପରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗିରରେ ପହଞ୍ଚିବେ।

ସେଠାରୁ ସେ ବଲାଙ୍ଗିରର ବରନିକଣାରେ ନିର୍ମିତ ବିପିଏସିଏଲ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ କରିବା ସହ ତାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବାର କାର୍ଯ୍ୟକ୍ରମ ରହିଛି ।

ପରବର୍ତ୍ତୀ ସମୟରେ ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ଳାଟିନମ୍ ଜୁବୁଲି ସମାରୋହରେ ଯୋଗଦେବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ,  ଗତ ୨୦୧୮ ମସିହା ମେ’ ୨୧ରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଓ ଷ୍ଟିଲ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶିଳାନ୍ୟାସ କରିଥିଲେ । ଏଥିସହିତ ଏହି ପ୍ଲାଣ୍ଟ ନିର୍ଦ୍ଧାରିତ ସମୟଠାରୁ ତଥା ୧୯ ମାସରେ ନିର୍ମାଣ ଶେଷ ହୋଇ ରେକର୍ଡ ସୃଷ୍ଟି କରିଛି । ୨୩ ଏକର ଜମିରେ ପରିମିତ ଏହି ପ୍ଲାଣ୍ଟକୁ ବିପିସିଏଲ୍ ପକ୍ଷରୁ ପ୍ରାୟ ୧୦୩ କୋଟି ଟଙ୍କା ବିନିମୟରେ ନିର୍ମାଣ କରାଯାଇଛି ।

Leave A Reply

Your email address will not be published.