Latest Odisha News

BREAKING NEWS

ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଲାଗି ରାଜଧାନୀରେ କିଭଳି ରହିଛି ଟ୍ରାଫିକ୍ ବ୍ୟବସ୍ଥା, ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ ତାରିଖରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ଅବସରରେ ମହାତ୍ମା ଗାନ୍ଧୀ ମାର୍ଗ ଠାରେ ପ୍ୟାରେଡ୍ ଆୟୋଜିତ କରାଯିବ । ଏପରିକି ପ୍ୟାରେଡର ପୂର୍ବାଭ୍ୟାସ ତଥା ଯାନବାହନ ଚଳାଚଳକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି ।

ଏହି କଟକଣା ପ୍ୟାରେଡର ପୂର୍ବାଭ୍ୟାସ (ଜାନୁଆରୀ ୨୨,୨୩ ଓ୨୪) ଦିନରୁ ଆରମ୍ଭ ହୋଇ ଆସନ୍ତା ଜାନୁଆରୀ ୨୬ ତାରିଖ ଯାଏଁ ଲାଗୁ ରହିବ । ଜାଣନ୍ତୁ କ’ଣ ରହିଛି ଟ୍ରାଫିକ୍ କଟକଣା…

ରାମ ମନ୍ଦିରରୁ ରାଜମହଲ ଛକ ମଧ୍ୟରେ ପ୍ୟାରେଡ ଶେଷ ନହେବା ଯାଏଁ ତଥା ସକାଳ ୬ଟା ୩୦ମି. ବେଳକୁ ଜନପଥରେ କୌଣସି ଭାରୀ ଯାନ ଚଳାଚଳକୁ ଅନୁମତି ନାହିଁ । ଏପରିକି ଏହି ସମୟ ମଧ୍ୟରେ ମହାତ୍ମା ଗାନ୍ଧୀ ମାର୍ଗରେ କୌଣସି ଗାଡି ଅଟକିବ ନାହିଁ ।

ସକାଳ ୬ଟା ୩୦ମି. ଯାଏଁ ହାଉସିଂ ବୋର୍ଡ ପଟୁ ରବୀନ୍ଦ୍ର ମଣ୍ଡପ ଯାଉଥିôବା ଗାଡି ଗୁଡିକୁ କେଶରୀ ଟକିଜ୍ ଦେଇ ବାମ ପଟ ଲେନରେ ଡାଇଭର୍ଟ କରାଯିବ ।

କୌଣସି ଗାଡିକୁ ସକାଳ ୬ଟା ୩୦ମି.ରୁ ଏଜି ଛକ ଦେଇ ପିଏଜି ସ୍କୋୟାର୍ ଯିବାକୁ ଅନୁମତି ନାହିଁ । ସମସ୍ତ ଯାନବାହନକୁ ଜୟଦେବ ଭବନରୁ ଇଡକଲ୍ ଅଡିଟୋରିୟମ୍ ପଟେ ଡାଇଭର୍ଟ କରାଯିବ ।

ସେହିପରି ଜାନୁଆରୀ ୨ ତାରିଖ ସକାଳ ୬ଟା ୩୦ମି.ରୁ ଏମଏଲଏ କଲୋନୀ କ୍ରସିଂକୁ ୧୨୦ ବାଟାଲିୟନ୍ କ୍ରସିଂ ଦେଇ ଆସୁଥିବା ଗାଡିକୁ ୟୁନିଟ୍‌-୪ ପଟେ ଡାଇଭର୍ଟ କରାଯିବ ।

ଏପରିକି ମହାତ୍ମା ଗାନ୍ଧୀ ମାର୍ଗକୁ ଛୁଇଁଥିବା ସହ ଗଳି ରାସ୍ତାକୁ ସିଲ୍ କରି ଦିଆଯିବ । କେବଳ ପଦଯାତ୍ରୀ ମାନଙ୍କୁ ଏହି ରାସ୍ତାରେ ଯାତାୟାତ କରିବା ଲାଗି ଅନୁମତି ମିଳିବ ।

ତେବେ ଆସନ୍ତା ଜାନୁଆରୀ ୨୨ ଓ ୨୩ ତାରିଖ ଦ୍ୱିପ୍ରହର ୨ଟାରୁ ୫ଟା ୩୦ମି. ଯାଏଁ ଏବଂ ଜାନୁଆରୀ ୨୪ ତାରିଖ ସକାଳ ୭ଟାରୁ ୧୦ଟା ୩୦ମି. ମଧ୍ୟରେ ଟ୍ରାଫିକ୍ ଗତିବିଧି ଉପରେ କଟକଣା ଲଗାଯିବ ।

ପ୍ୟାରେଡ୍ ସମୟରେ ଏହିସବୁ ସ୍ଥାନରେ ‘ପାର୍କିଂ ସ୍ଥଳୀ’ କରାଯାଇଛି ।

ରେଲୱେ ଷ୍ଟେସନ ପାଖ ବିଡିଏ ବସ୍ ଷ୍ଟାଣ୍ଡ, କଂଗ୍ରେସ ଭବନର ସମ୍ମୁଖରେ ଥିବା ଖୋଲା ସ୍ଥାନ, ଆଇଡିସିଓଏଲ୍ ସଭାଗାର ସମ୍ମୁଖରେ ଥିବା ଖୁଲା ସ୍ଥାନ, ଜୟଦେବ ଭବନ ସମ୍ମୁଖରେ ଥିବା ଖୋଲା ସ୍ଥାନ, ୟୁନିଟ୍‌-୩ ସ୍ଥିତ ଏସବିଆଇ ସମ୍ମୁଖରେ ଥିବା ଖୋଲା ସ୍ଥାନ, ରବୀନ୍ଦ୍ର ମଣ୍ଡପ ଭିତରେ ଥିବା ଖୋଲା ସ୍ଥାନ ଓ ୟୁନିଟ୍‌-୧୧ ବାଳିକା ହାଇସ୍କୁଲ୍ ଗ୍ରାଉଣ୍ଡ ।

Leave A Reply

Your email address will not be published.