Latest Odisha News

ଆପଣ ଜାଣିଛନ୍ତି କେଉଁ ଦେଶ ନିଜର ସବୁ ନାଗରିକଙ୍କୁ ମାଗଣାରେ କରୋନା ଟିକା ଦେବ

୨୦୨୧ ସୁଦ୍ଧା ଆସିଯିବ କରୋନା ଟିକା । ବିଭିନ୍ନ କମ୍ପାନି ଜୋରସୋରରେ ଏହି ଚେଷ୍ଟା ଚଳାଇଛନ୍ତି । କେତେକ ଦେଶ ତ ଟିକା ପ୍ରଦାନର ବ୍ୟବସ୍ଥା ମଧ୍ୟ କରିଦେଲେଣି । ବିଶ୍ୱର ସବୁ ଲୋକଙ୍କୁ କରୋନା ଟିକା ଦେବା ଏତେ ସହଜ ନୁହେଁ । ଏହା ଭିତରେ ସିଙ୍ଗାପୁର ସରକାର ଘୋଷଣା କରିଛନ୍ତି, ସବୁ ନାଗରିକଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀ ଲି ସିନ୍ କହିଛନ୍ତି, ଦେଶର ସମସ୍ତ ନାଗରିକଙ୍କୁ ସରକାର ମାଗଣାରେ କରୋନା ଟିକା ଦେବେ । ସିଙ୍ଗାପୁରର ଜନସଂଖ୍ୟା ପ୍ରାୟ ୫୭ ଲକ୍ଷ ଏବଂ ସମସ୍ତଙ୍କୁ ୨୦୨୧ ସେପଟେମ୍ବର ସୁଦ୍ଧା କରୋନା ଟିକା ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହି ପ୍ରକ୍ରିୟା ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଆରମ୍ଭ ହୋଇଯିବ ।  ଫାଇଜର୍ ଓ ବାଓଏନଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ସିଙ୍ଗାପୁର ସରକାର ଅନୁମୋଦନ କରିଛନ୍ତି । ଟିକା କିଣିବା ପାଇଁ ମଡେର୍ନା ଓ ସିନୋଭାକ୍ ପରି ଅନ୍ୟ କେତେକ କମ୍ପାନି ସହିତ ମଧ୍ୟ ସିଙ୍ଗାପୁର ଚୁକ୍ତି ସ୍ୱାକ୍ଷର କରିଛି ।

ପ୍ରଧାନମନ୍ତ୍ରୀ ଲି ସିନ୍ ସ୍ପଷ୍ଟ କରିଛନ୍ତି, ଟିକା ନେବା ଲାଗି କାହାକୁ ବାଧ୍ୟ କରାଯିବ ନାହିଁ । ଯେଉଁମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯିବ, ସେହି ତାଲିକାରେ ନିଜେ ପ୍ରଧାନମନ୍ତ୍ରୀ ଓ ସରକାରର ଅନ୍ୟ ବିଶିଷ୍ଟ ବ୍ୟକ୍ତି ଓ ଅଧିକାରୀ ଅଛନ୍ତି । ଟିକା ସୁରକ୍ଷିତ ବୋଲି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଟିକା ପ୍ରଦାନର ପ୍ରାଥମିକ ତାଲିକାରେ ସ୍ୱାସ୍ଥ୍‌କର୍ମୀ, ଅନ୍ୟ ଫ୍ରଣ୍ଟ ଲାଇନ୍ କରୋନା ଯୋଦ୍ଧା, ବୟସ୍କ ମଧ୍ୟ ଅଛନ୍ତି ।

Comments are closed.