Latest Odisha News

BREAKING NEWS

ଏର୍ନାକୁଲାମରେ ବୋମା ବିସ୍ଫୋରଣ, ଘଟଣାସ୍ଥଳରେ ଉପସ୍ଥିତ ଥିଲେ ୨ ହଜାର ଲୋକ

କେରଳ: ସମ୍ମିଳନୀ କକ୍ଷରେ ବୋମା ବିସ୍ପୋରଣ । କେରଳର ଏର୍ଣ୍ଣାକୁଲମ ଜିଲ୍ଲା ଅନ୍ତର୍ଗତ କୋଚିର କଲାମସେରୀ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ଘଟିଛି । କ୍ରିଷ୍ଟିଆନ୍ ମାନଙ୍କ ପ୍ରାର୍ଥନା ସଭା ଚାଲିଥିବା ବେଳେ ବଡ ଧରରୀ ବିସ୍ଫୋରଣ ହୋଇଥିବା ଜଣାପଡିଛି । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ୨୦ ରୁ ୨୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ସୂଚନାନୁସାରେ, ଏର୍ଣ୍ଣାକୁଲମ ଜିଲ୍ଲା ଅନ୍ତର୍ଗତ କଲାମସେରୀ ସ୍ଥିତ ଏକ କନଭେନସନ ସେଣ୍ଟରରେ ରବିବାର ସକାଳ ସମୟରେ ଭୟଙ୍କର ବିସ୍ଫୋରଣ ହୋଇଛି । ଗୋଟିଏ ପରେ ଗୋଟିଏ ଲଗାତାର ଦୁଇଟି ବିସ୍ଫୋରଣ ହୋଇଛି । ପ୍ରାରମ୍ଭିକ ଆକଳନ ଅନୁସାରେ, ଏହା ଏକ ଆତଙ୍କବାଦୀ ଆକ୍ରମଣ । ବମ୍ ସ୍କ୍ୱାଡ୍ ଏବଂ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏ ନେଇ ସୂଚନା ଦେଇଛି କାଲାମାସେରୀ ପୋଲିସ । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ୨୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଇଛି । ପ୍ରାର୍ଥନାସ୍ଥଳରେ ୨ହଜାରରୁ ଉର୍ଦ୍ଧ୍ବ ଲୋକ ଉପସ୍ଥିତ ଥିଲେ ।

ଉଭୟ ବିସ୍ଫୋରଣ ୫-୧୦ ସେକେଣ୍ଡ ମଧ୍ୟରେ ଘଟିଥିଲା । ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି । ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଯାଞ୍ଚ ପରେ ଏହା ସ୍ପଷ୍ଟ ହେବ ଯେ ଏହା ଏକ ବୋମା ବିସ୍ଫୋରଣ ଥିଲା ନା ଅନ୍ୟ କିଛି ବୋଲି କହିଛନ୍ତି ଆସିଷ୍ଟାଣ୍ଟ କମିଶନର ବେବି ପିଭି । ଅନ୍ୟପଟେ ଗୁରୁତରଙ୍କ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ । ହସ୍ପିଟାଲ ଗୁଡିକୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି ।

Leave A Reply

Your email address will not be published.